Latest Odisha News

BREAKING NEWS

ସମୁଦ୍ରରେ ଖସିପଡ଼ିଲା ଦୁଇଟି ନୗେସେନା ବିମାନ

ନୂଆଦିଲ୍ଲୀ: ଜାପାନର ଦୁଇଟି ନୗେସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟୋକିଓର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ବଡ଼ ଦୁର୍ଘଟଣା । ରବିବାର ରାତିରେ ଜାପାନର ଦୁଇଟି ନୌସେନା ବିମାନ ସମୁଦ୍ରରେ ଖସିପଡ଼ିବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ନିଖୋଜ ରହିଛନ୍ତି । ପ୍ରଶାନ୍ତ ମହାସାଗରରେ ଥିବା ଇଜୁ ଦ୍ୱୀପରେ ରାତି ସମୟରେ ଟ୍ରେନିଂ ସମୟରେ ହେଲିକପ୍ଟରଗୁଡିକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି।

BjdElectrycity

NHK ରିପୋର୍ଟ ଅନୁଯାୟୀ ତୋରିସିମା ଦ୍ୱୀପ ନିକଟରେ ରାତି ୧୦ଟା ୩୮ ରେ (1338 GMT) ବିମାନର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଏକ ମିନିଟ ପରେ ବିମାନରୁ ଜରୁରୀକାଳୀନ ସଙ୍କେତ ମିଳିଥିଲା। ପ୍ରାୟ ୨୫ ମିନିଟ୍ ପରେ,ଅର୍ଥାତ ରାତି ପ୍ରାୟ ୧୧ ଟା ୪ ସମୟରେ, ସେନାଙ୍କୁ ଅନୁଭବ ହେଲା ଯେ ଉକ୍ତ ଅଞ୍ଚଳରେ ଅନ୍ୟ ବିମାନ ସହିତ ଯୋଗାଯୋଗ ମଧ୍ୟ ଛିନ୍ନ ହୋଇଯାଇଛି। ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ । ଏପଟେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର କିଛି ଅଂଶ ସମୁଦ୍ରରୁ ମିଳିଛି । ଅନ୍ୟପଟେ ନିଖୋଜ ଥିବା ଚାଳକଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଟିମ୍ ଲାଗିଛି ।

 

 

Leave A Reply

Your email address will not be published.