Latest Odisha News

ଛୋଟା ରାଜନ ଜୀବୀତ !

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡଦ ଦାଉଦ ଇବ୍ରାହିମର ମୂଖ୍ୟ ଶତ୍ରୁ ବିବେଚନା କରାଯାଉଥିବା ଛୋଟା ରାଜନ ଜୀବୀତ ଥିବା ଖବର ହଇଚଇ ସୃଷ୍ଟି କରିଛି । ୮ ବର୍ଷ ପରେ ତିହାର ଜେଲରେ ଥିବା ଛୋଟା ରାଜନଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ସମ୍ପୂର୍ଣ୍ଣ ଫିଟ ଥିବା ଫଟୋରେ ଜଣାପଡିଛି । ଦାଉଦଙ୍କ ଗୁଣ୍ଡା ତାଙ୍କ ପଛରେ ପଡିଥିବାରୁ ସମ୍ପୂର୍ଣ୍ଣ ସୁରକ୍ଷା ସହ ତାଙ୍କୁ ରଖାଯାଇଛି । ଏପରିକି ତାଙ୍କ ଅନ୍ୟ କୈଦୀଙ୍କ ସହ କୌଣସି ସ୍ଥାନରେ ଏକତ୍ର କରାଯାଉ ନାହିଁ । କିଛି ଦିନ ତଳେ କରୋନା ଯୋଗୁ ତାଙ୍କର ଏମ୍ସରେ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା । ୨୦୧୫ ପରେ ଏହି ଫଟୋ ସମ୍ମୁଖକୁ ଆସିଛି । ଅବଶ୍ୟ ୨୦୨୦ ସମୟର ଫଟୋ ।

ମୁମ୍ବାଇ ବୋମା ବିସ୍ଫୋରଣ ଘଟଣା ପରେ ଦାଉଦଙ୍କଠାରୁ ସେ ଅଲଗା ହୋଇ ଯାଇଥିଲେ । ଦାଉଦର ଡାହଣ ହାତ ବିବେଚନା କରାଯାଉଥିବା ଛୋଟା ଶକୀଲ ଧମକ ଦେଇଥିଲା ଯେ, ରାଜନ ଯେତେ ଦିନ ପର୍ଯ୍ୟନ୍ତ ଜେଲରେ ଅଛନ୍ତି ସେ ପର୍ଯ୍ୟନ୍ତ ଜୀବିତ ରହିବେ । ବାହାରକୁ ଆସିଲେ ମୃତ୍ୟୁ ସୁନିଶ୍ଚିତ । ଡି କମ୍ପାନୀ ଏବେ ତାଙ୍କୁ ଗୁରୁତ୍ୱ ଦେଉ ନାହିଁ ସେ ମରା ହୂଆ ସାପ ବୋଲି ଶକୀଲ କହିଛନ୍ତି । ୨୦୧୫ରେ ଇଣ୍ଡୋନେସିଆରେ ତାଙ୍କୁ ଗିରଫ କରାଯାଇଥିଲା । ୬ ନଭେମ୍ବର ୨୦୧୫ରେ କଡା ସୁରକ୍ଷାରେ ତାଙ୍କୁ ଭାରତ ଅଣା ଯାଇଥିଲା ।

Leave A Reply

Your email address will not be published.