Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

BjdElectrycity

ତା ୨୩-୧୦-୨୦୧୯ ବୁଧବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୨୩ ବୁଧବାର ତୁଳା ୬ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର
ଘାତ ବାର: କର୍କଟ ରାଶିର
ଆଜିର ନିଷେଧ ଖାଦ୍ୟ : କଳମ୍ବୀ ଶାଗ

ମେଷ 

ଆଜି ଆପଣଙ୍କୁ ମନ ଅନୁଯାୟୀ କାମ ସମ୍ପନ୍ନ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ। ବିବାଦର ଅବସାନ ଘଟିବ। ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଆଇନ ଅଦାଲତ ସମ୍ପର୍କରେ ଟେନସନ୍‌ ବୃଦ୍ଧି ପାଇବ।

ବୃଷ

ଆଜି ପାରିବାରିକ ସ୍ଥିରତା ସାଙ୍ଗକୁ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ। ଆରମ୍ଭ କରିଥିବା କାମଟି ପୂର୍ଣ୍ଣାଙ୍ଗ ହେବାରେ ନିଜ ପରିସରସ୍ଥ ସମ୍ପର୍କୀୟମାନେ ସାହାଯ୍ୟ କରିବେ। ଆବଶ୍ୟକତା ଅନୁଯାୟୀ କୌଣସି ନୂତନ ଜିନିଷ,ବସ୍ତ୍ରାଳଙ୍କାର, ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବିବାହ ହେତୁକ ଦୁଶ୍ଚିନ୍ତା ମନକୁ ସାମୟିକ ଭାରାକ୍ରାନ୍ତ କରିପାରେ।

ମିଥୁନ
ଆଜି କୌଣସି ବିବାଦୀୟ ମନ୍ତବ୍ୟ ଦେଇ ସମସ୍ୟା ଭିତରକୁ ଟାଣି ହୋଇଯାଇପାରନ୍ତି। ବଳହୀନ ରାଶ୍ୟାଧିପତି ଅନ୍ୟମାନଙ୍କ ସାହାଯ୍ୟ ନେଇ ସନ୍ତାନ ହେତୁକ ଦୁଶ୍ଚିନ୍ତାର ସମାଧାନ କରିବାକୁ ଚେଷ୍ଟା କରିବେ। ହୋଟେଲ, ରେଷ୍ଟୁରାଣ୍ଟ, ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ।

କର୍କଟ
ଆଜି ଅର୍ଥପ୍ରାପ୍ତି ସାଙ୍ଗକୁ କର୍ମସାଧନ, ବିଶିଷ୍ଟବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନରୁ ଖୁସି ରହିବେ। ନୂତନ ଯାନବାହନ କିମ୍ବା ବିଳାସ ଉପକରଣ କ୍ରୟ କରିବେ ।କଳ କାରଖାନା, ପ୍ଲଟିଂ ବ୍ୟବସାୟ କ୍ଷେତ୍ରରୁ ସୁଫଳ ପାଇବେ। ନିଜଦ୍ୱାରା ଉପକୃତ ହୋଇଥିବା ଲୋକ
ମାନଙ୍କ ବେଖାତିର ଓ ବେପରୁଆ ମନୋଭାବରୁ କ୍ଷୁବ୍ଧ ହେବେ।

ସିଂହ
ଆଜି ଆଲୋଚନା ଓ ଯୋଗାଯୋଗ କ୍ଷେତ୍ରରେ ସଫଳତା ପାଇ ନ ପାରନ୍ତି। ସମସ୍ୟା ରହିଥିଲେ ମଧ୍ୟ ସମାଧାନର ରାସ୍ତା ଖୋଲିଯିବ। ନୂତନ କର୍ମାରମ୍ଭ,ଗବେଷଣା, ଅଧ୍ୟୟନ, ଅଧ୍ୟାପନା ଓ କଳା,ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ।

କନ୍ୟା
ସମସ୍ୟା ମଧ୍ୟରେ ଆଶା ପୂରଣ ହେବ । ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳି ଯିବ। ପରିବାର ସଦସ୍ୟମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିବେ। ସାମାଜିକ ସ୍ତରରେ ସାହାଯ୍ୟକାରୀ ମନୋଭାବାପନ୍ନରୁ ପ୍ରଶଂସିତ ହେବେ।

ତୁଳା

ଚେଷ୍ଟା କରୁଥିବା କାମରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଦେଖାଦେବ। କୌଣସି ପ୍ରକାରର ଅଭାବ ଅସୁବିଧା ନ ଥିଲେ ମଧ୍ୟ ମାନସିକ ଅଶାନ୍ତି ଦେଖାଦେଇପାରେ । ବିଭିନ୍ନ ପ୍ରକାରର ପ୍ରତିବନ୍ଧକର ସାମନା କରି ପାରିବାରିକ ଓ କର୍ମକ୍ଷେତ୍ରକୁ ସଜାଡି ନେବାର ପ୍ରଯତ୍ନ କରିବେ।

ବିଛା
ଆଜି ମନସ୍କାମନା ପୂର୍ଣ୍ଣ ହେବା ସହ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ପରିଚିତ ବ୍ୟକ୍ତିମାନଙ୍କ ସହ ଆଜିର ଆଲୋଚନା ପ୍ରୀତିପ୍ରଦ ରହିବ। ପାରିବାରିକ ସମସ୍ୟା ସମାଧାନରେ ମିତ୍ର ବନ୍ଧୁମାନେ ସହଯୋଗ କରିବେ। ସରଳବିଶ୍ୱାସ କରିବା ଦ୍ୱାରା ଧନହାନୀ ସାଙ୍ଗକୁ କୌଣସି ମହିଳାଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି।

ଧନୁ

ଆପଣଙ୍କ ଚେଷ୍ଟା, ଆଶା ଓ ଅଭିଳାଷ ପୂରଣ ହେବ । ସାମାୟିକ ସ୍ବାସ୍ଥ୍ୟହାନୀ ଦେଖାଦେଇପାରେ କିନ୍ତୁ ବିଶେଷ ଗୁରୁତର ହେବନାହିଁ। ଆଲୋଚନା କ୍ଷେତ୍ରରେ ଉନ୍ନତ ମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ। ପାରିବାରିକ, ପ୍ରଶାସନ ଓ ଯାତ୍ରା ଓ ଶିଳ୍ପ, ବାଣିଜ୍ୟରୁ ମଧ୍ୟ ଶୁଭଫଳ ପାଇବେ।

ମକର

ଆଜି ଆପଣଙ୍କ ପାଇଁ ଦୈହିକ ଓ ମାନସିକ ଅସୁସ୍ଥତା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ସାଧନ ହେବ । ବ୍ୟବସାୟ,ରାଜନୀତି ଓ ପ୍ରଶାସନିକ କ୍ଷେତ୍ର ପାଇଁ ଭଲ ରହିବ। ଆନୁଷ୍ଠାନିକ, ସାଙ୍ଗଠନିକ ସ୍ତରରେ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

କୁମ୍ଭ
ଆଜି ଅର୍ଥଲାଭ ସହ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଭାସମିତିରେ ବ୍ୟସ୍ତ ହୋଇ ରୁକ୍ଷ ବ୍ୟବହାର ପ୍ରଦର୍ଶନ ଦ୍ୱାରା ବନ୍ଧୁଙ୍କ ମନରେ ଆଘାତ ଆସିପାରେ। ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।

ମୀନ
ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେବାରେ ବିଳମ୍ବ ଘଟିପାରେ। ଯାତ୍ରାରେ ସତର୍କ ରହିବା ଭଲ ହେବ। ତଥାପି ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ସନ୍ତାନ ସନ୍ତତି ମାନେ ଉନ୍ନତି କରିବେ ।

Leave A Reply

Your email address will not be published.