Latest Odisha News

BREAKING NEWS

ଆଇପିଏଲ ବେଟିଂ ରାକେଟ୍ ଅଭିଯୋଗରେ ୫ ଜଣଙ୍କୁ ଗିରଫ କଲା ପୋଲିସ

ରାଉରକେଲା: ଆଇପିଏଲ ମ୍ୟାଚ ବେଳେ ବେଟିଂ ରାକେଟ୍ ଚଳାଉଥିବା ଅଭିଯୋଗରେ ପୁରୀ ସହରରୁ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ବେଟିଂ ଚାଲିଥିବା ନେଇ ବିଶ୍ୱସ୍ତ ସୂଚନା ପାଇବା ପରେ ବୁଧବାର ରାତିରେ ପୁଲିସର ଏକ ଟିମ୍ ସହରର ବଳିଆପଣ୍ଡା ଅଞ୍ଚଳର ଏକ ଘରେ ଚଢ଼ଉ କରିଥିଲା।

BjdElectrycity

ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଟିମ୍ ୫ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ଛତିଶଗଡ଼ର ବୋଲି ଜଣାପଡ଼ିଛି।

ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ଚଢାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଏଲଇଡି ଟିଭି, ଗୋଟିଏ ସାଉଣ୍ଡ ସିଷ୍ଟମ, ୪ଟି ମୋବାଇଲ୍ ଫୋନ୍, ଗୋଟିଏ ରେଜିଷ୍ଟର, କିଛି ନଗଦ ଟଙ୍କା ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ବେଟିଂ ରାକେଟ ଚଳାଉଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ବେଟିଂ ଲିଙ୍କରେ ଅନ୍ୟ କେଉଁମାନେ ସାମିଲ ରହିଛନ୍ତି ସେ ଦିଗରେ ତଦନ୍ତ ଚାଲିଥିବା ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି।

Leave A Reply

Your email address will not be published.