ଭୁବନେଶ୍ୱର: ବେଲଜିୟମ ଓ ଇଂଲଣ୍ଡରେ ହେବାକୁ ଥିବା ଏଫଆଇଏଚ ପ୍ରୋ ଲିଗ ପାଇଁ ଗୁରୁବାର ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି । ମିଡଫିଲ୍ଡର ସଲୀମା ଟେଟେଙ୍କୁ ଅନୁଭବୀ ସବିତା ପୁନିଆଙ୍କ ବଦଳରେ ୨୪ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ନବନୀତ କୌର ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ଓଡିଶାର ଜ୍ୟୋତି ଛେତ୍ରୀ ଓ ସୁନେଲିତା ଟପ୍ପୋଙ୍କୁ ଏହି ଦଳରେ ସୁଯୋଗ ମିଳିଛି । ବେଲଜିୟମରରେ ୨୨ରୁ ୨୬ ମେ ପର୍ଯ୍ୟନ୍ତ ଓ ଇଂଲଣ୍ଡରେ ୧ରୁ ୯ଜୁନ ପର୍ଯ୍ୟନ୍ତ ମ୍ୟାଚ ଆୟୋଜିତ ହେବ । ଭାରତ ଏହି ପ୍ରୋ ଲିଗରେ ଷଷ୍ଠ ସ୍ଥାନରେ ରହିଛି । ଦଳର ଭଲ ପ୍ରଦର୍ଶନ ନେଇ ସଲୀମା ଦୃଢ଼ ଆଶାୟୀ ଅଛନ୍ତି ।
ଭାରତୀୟ ମହିଳା ହକି ଟିମ: ସବିତା ପୁନିଆ, ବିଛୁ ଦେବ. ନିକ୍କି ପ୍ରଧାନ, ଉଦିତା ଇଶିକା ଚୌଧୁରୀ, ମୋନିକା, ଜ୍ୟୋତି ଛେତ୍ରୀ, ମହିମା ଚୌଧୁରୀ, ସଲୀମା ଟେଟେ(ଅଧିନାୟିକା), ବୈଷ୍ଣବୀ ବିଠଲ, ନବନୀତ କୌର, ନେହା, ଜ୍ୟୋତି, ବଲଜିତ କୌର, ମନୀଷା ଚୌହ୍ୱାନ, ଲାଲରେମ୍ସିୟାମି, ମୁମତାଜ ଖାଁ, ସଙ୍ଗୀତା କୁମାରୀ, ଦୀପିକା, ଶର୍ମିଳା ଦେବୀ, ପ୍ରୀତି ଦୁବେ, ବନ୍ଦନା କଟରିୟା,ସୁନେଲିତା ଟପ୍ପୋ, ଦୀପିକା ସୋରେଙ୍ଗେ ।
Comments are closed.