Latest Odisha News

BREAKING NEWS

ପୁରୀ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ଜୟନ୍ତ ଷଡ଼ଙ୍ଗୀ

ପୁରୀ: ନାମାଙ୍କନ ପତ୍ର ଭରିଲେ ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ । ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ବାହାରି ଶକ୍ତି ପ୍ରଦର୍ଶନ କରିଥିଲେ ଜୟନ୍ତ । ନିଜର ହଜାର ସଂଖ୍ୟକ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ ଜୟନ୍ତ ଷଡ଼ଙ୍ଗୀ ଓରଫ ନିଲୁ ।

ଗତ ୨୦୧୯ ରେ ନିଜର ରାଜନୈତିକ ସହଯୋଗୀ ମହେଶ୍ୱରଙ୍କୁ ହରାଇ ପୁରୀ ବିଧାୟକ ରହି ଆସିଛନ୍ତି ଜୟନ୍ତ । ପୁରୀ ମ୍ୟୁନିସିପାଲିଟିର କାଉନସିଲର ଓ ନଗରପାଳ ରହି ପରେ ବିଧାୟକ ନିର୍ବାଚିତ ହୋଇଥିଲେ ।

ନାମାଙ୍କନ ଦାଖଲ ପରେ ଜୟନ୍ତ କହିଥିଲେ ଯେ, ଦୀର୍ଘ ୪୦ ବର୍ଷ ହେଲା ଲୋକଙ୍କ ସହ ଅଛି ଓ ଲୋକ ମୋ ସହ ଅଛନ୍ତି ବୋଲି କହିବା ସହ ପୂର୍ବାପେକ୍ଷା ଅଧିକ ଭୋଟରେ ବିଜୟୀ ହେବେ ବୋଲି କହିଛନ୍ତି ଜୟନ୍ତ । ଆଗରୁ ଏମଏଲ୍ଏ ଲ୍ୟାଡ କଣ ଲୋକ ଜାଣୁ ନଥିଲେ ଏବେ ଜାଣୁଛନ୍ତି, ଗରିବ ମୁହଁରେ ହସ ଫୁଟେଇଲେ ହିଁ ମୁଁ ଶାନ୍ତି ହୁଏ ବୋଲି କହିଛନ୍ତି ଜୟନ୍ତ ।

ସେ ଆହୁରି କହିଛନ୍ତି, ଏଥର ସାରା ରାଜ୍ୟରେ ନୂଆ ସରକାର ହେବ, ନୂଆ ସରକାର ହେଲେ ହିଁ ବିକାଶ ବହୁ ମାତ୍ରାରେ ହେବ କହିଛନ୍ତି ଜୟନ୍ତ । ରାଜ୍ୟରେ ଏଭଳି ସ୍ଥିତି ଯେ ଚାକିରି ବିକ୍ରି ହେଉଛି ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜୟନ୍ତ । ପୁରୀର ଜମି ଜମା ସମସ୍ୟା ଉପରେ ବିଶେଷ ଗୁରୁତ୍ବ ଦେବି ବୋଲି ସେ କହିଛନ୍ତି ।

ଏହି ଅବସରରେ ତାଙ୍କ ସହ ରହିଥିଲେ ସମ୍ବିତ ପାତ୍ର । ସମଗ୍ର ଓଡ଼ିଶାରେ ବିଜେପି ସପକ୍ଷରେ ଅଣ୍ଡର କରେଣ୍ଟ ରହିଛି ତେଣୁ ଏଥର ଚମାତ୍କାର ଭାବରେ ପରିବର୍ତ୍ତନ ହେବ କହିଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ।

Leave A Reply

Your email address will not be published.