Latest Odisha News

BREAKING NEWS

କଟକ: ଦେଶର ପ୍ରଥମ ସ୍କିଲ୍ ମ୍ୟୁଜିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଖପୁରିଆର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରଠାରେ ଦେଶର ପ୍ରଥମ ସ୍କିଲ୍ ମ୍ୟୁଜିୟମ ଉଦଘାଟନ କରିଛନ୍ତି ।

ଏହି ସ୍କିଲ ମ୍ୟୁଜିୟମ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ସ୍କିଲ ମ୍ୟୁଜିୟମକୁ ବୁଲି ଦେଖିଥିଲେ । ପରେ ଏକ ଉତ୍ସବରେ ଆଞ୍ଚଳିକ ଦକ୍ଷତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତାମାନଙ୍କୁ ପୃରସ୍କୃତ କରିଥିଲେ ।

“ ମୁଁ ନିଶ୍ଚିତ ଯେ, ଏହି ସ୍କିଲ୍ ମ୍ୟୁଜିୟମ ଯୁବବର୍ଗକୁ ପ୍ରଭାବିତ କରିବା ସହିତ ଦକ୍ଷତା ବିକାଶ ପାଠ୍ୟକ୍ରମରେ ପଢିବାକୁ ଆକର୍ଷିତ କରିପାରିବ,”ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖୁବଶିଘ୍ର ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ଏହିପରି ସ୍କିଲ ମ୍ୟୁଜିୟମ ପ୍ରତିଷ୍ଠା ହେବାର ଯୋଜନା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ର ।

“୨୬୦୦ ବର୍ଗଫୁଟ ସ୍ଥାନରେ ଏହି ମ୍ୟୁଜିୟମଟି ନିର୍ମିତ ହୋଇଛି । ୭୩ ଲକ୍ଷଟଙ୍କା ବ୍ୟୟରେ ଏହି ମ୍ୟୁଜିୟମରେ ବିଶ୍ୱସ୍ତରୀୟ ମ୍ୟୁଜିୟମ ଏରିଆ ସହିତ ଏକ ପ୍ରେକ୍ଷାଳୟ ମଧ୍ୟ ନିର୍ମିତ ହୋଇଛି । ଏହି ସ୍କିଲ ମ୍ୟୁଜିୟମଟି ଶିଳ୍ପ ତାଲିମ ମାଧ୍ୟମରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିପାରିବ”ବୋଲି ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ଉଷାଦେବୀ କହିଛନ୍ତି ।

ଏହି ଉତ୍ସବରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବଂ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.