ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ପୁରା ପଶ୍ଚିମ ଓଡ଼ିଶା । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ଜିଲ୍ଲାରେ ଆଜି ତାପମାତ୍ରା ୪୪.୬ ଡ଼ିଗ୍ରୀ ରେକର୍ଡ ହୋଇଛି । ସେହିପରି ୪୦ ଡିଗ୍ରୀ ଉପରେ ରହିଛି ୨୬ଟି ସହରର ତାପମାତ୍ରା । ୭ ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ, ଆଜି ଟିଟିଲାଗଡ଼ରେ ଦିନର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ, ନୂଆପଡ଼ାରେ ୪୩.୯ ଡିଗ୍ରୀ, ବଲାଙ୍ଗିରରେ ୪୩.୪ ଡିଗ୍ରୀ, ମାଲକାନଗିରିରେ ୪୩.୩ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୩.୩ ଡିଗ୍ରୀ, ଭବାନୀପାଟଣାରେ ୪୩ ଡିଗ୍ରୀ, ବାରିପଦାରେ ୪୨.୮ ସମ୍ୱଲପୁରରେ ୪୨.୮ ଡିଗ୍ରୀ, ଅନୁଗୁଳରେ ୪୨.୭ ଡିଗ୍ରୀ, ହୀରାକୁଦରେ ୪୨.୩ ଡିଗ୍ରୀ, ତାଳଚେରରେ ୪୨.୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୧ ଡିଗ୍ରୀ, ସୋନପୁରରେ ୪୨.୧ ଡିଗ୍ରୀ, ଭୁବନେଶ୍ୱରରେ ୪୧.୬ ଡିଗ୍ରୀ, ଫୁଲବାଣୀରେ ୪୧.୫ ଡିଗ୍ରୀ, ଢେଙ୍କାନାଳରେ ୪୧.୫ ଡିଗ୍ରୀ, ନୟାଗଡ଼ରେ ୪୧.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ, ଜଗତସିଂହପୁରରେ ତାପମାତ୍ରା ୪୧.୩ ଡିଗ୍ରୀ ରେକର୍ଡ କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ପୁଣି ଥରେ ଭୁବନେଶ୍ବର ଓ କଟକରେ ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ୪୦.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
Comments are closed.