Latest Odisha News

BREAKING NEWS

ପ୍ରଦୀପ ମାଝୀ ଓ ତ୍ରିନାଥ ଭଟ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ବିଜେଡିକୁ ଘାରିଛି ପରାଜୟର ଭୟ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଣ୍ଟିବା ଆରମ୍ଭ କରିଛି । ଗତ ଥରକ ପରି ଏଥର ମଧ୍ୟ ଟଙ୍କାବଣ୍ଟା ଅଭ୍ୟାସକୁ ଆପଣାଇଛି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ।

ନବରଙ୍ଗପୁର ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ତାଙ୍କ ସହାୟକ ବିଜେଡି କର୍ମୀ ତ୍ରିନାଥ ଭଟ୍ଟ ଖୋଲା ରାସ୍ତାରେ ଟଙ୍କା ବାଣ୍ଟୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରାର୍ଥୀ ପ୍ରଦୀପ ମାଝୀ ଓ ବିଜେଡି କର୍ମୀ ତ୍ରିନାଥ ଭଟ୍ଟଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ନିର୍ବାଚନ ପ୍ରଚାରରେ କୁନି କୁନି ପିଲା ଓ ଝିଅମାନଙ୍କୁ ନୃତ୍ୟ କରାଉଛନ୍ତି, ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି । ବିଜେଡି ନିର୍ବାଚନ ଜିତିବା ଲାଳସାରେ ମାନବିକତା ଭୁଲିଛି । ଶ୍ରୀ ମଲ୍ଲିକଙ୍କ ଏଭଳି ହୀନମାନସିକତାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ଅନ୍ୟପଟେ ଗଣିଆ ବ୍ଲକ ବିଡିଓ ବେଲିତା ମଞ୍ଜରୀ ନାୟକ ଏବଂ କଣ୍ଟାପଡା ବ୍ଲକର ବିଡିଓ ବିରଞ୍ଚି ନାରାୟଣ ବେହେରାଙ୍କ ନାଁରେ ଅଭିଯୋଗ ନେଇ ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ମାମଲା ଚାଲିଥିଲାବେଳେ ତାଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବା ମଧ୍ୟ ଇସିଆଇ ଗାଇଡ ଲାଇନକୁ ଉଲଘଂନ କରୁଛି । ସେମାନଙ୍କୁ ନିର୍ବାଚନ କାର୍ଯ୍ୟରୁ ଅନ୍ତର କରିବା ପାଇଁ ମଧ୍ୟ ଦାବି କରିଛି ବିଜେପି ।

ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଆଇଆଇସି ଶାସକ ଦଳକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି । ବିରୋଧୀ ଦଳର ଅଭିଯୋଗକୁ ଗ୍ରହଣ ନକରି ଓଲଟା ଅଭିଯୋଗକାରୀଙ୍କୁ ଧମକ ଚମକ ଦେଉଛନ୍ତି । ଯାହାକି ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନର ବାଧକ ସାଜିଛି ବୋଲି ଅଭିଯୋଗ କରିଛି ବିଜେପି ।

 

Comments are closed.