ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ପ୍ରମୁଖ ଯାତ୍ରା ମଧ୍ୟରୁ ନିଳାଦ୍ରୀ ମହୋଦୟ ଅନ୍ୟତମ ପ୍ରମୁଖ ଯାତ୍ରା ହୋଇଥିବାରୁ ବିଶେଷ ନୀତି ଅନୁଷ୍ଠିତ ହେବ । ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ନିଳାଦ୍ରୀ ମହୋଦୟ ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ପାଳିତ ଅନ୍ୟ ମୁଖ୍ୟ ଦ୍ୱାଦଶ ଯାତ୍ରା ବ୍ୟତୀତ ତ୍ରୟୋଦଶ ଯାତ୍ରା ଭାବେ ନିଳାଦ୍ରୀ ମହୋଦୟ ସୁପରିଚିତ। ଏହା କୁ ଶ୍ରୀମନ୍ଦିର ର ପ୍ରତିଷ୍ଠା ଦିବସ ବୋଲି ମଧ୍ୟ କୁହାଯାଏ।
ସକାଳ ଧୂପ ପରେ ଆଲଟ ଲାଗି ନୀତି ଶେଷ କରାଯାଇ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ଜଳକୁ ରତ୍ନ ସିଂହାସନ ନିକଟକୁ ଅଣାଯିବ । ପୂଜାପଣ୍ଡା ସେବକ ମାନେ ଅଧିବାସ ଜଳକୁ ସଂସ୍କାର କରିବା ପରେ ମହାପ୍ରଭୁଙ୍କ ସମ୍ମୁଖରେ ଦର୍ପଣ ରଖାଯାଇ ମହାସ୍ନାନ ନୀତି କରାଯିବ । ପରେ ନୂଆ ବସ୍ତ୍ର ଲାଗି ହେବାସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ୱାରା ବିଶେଷ ନୀତି କରାଯିବ ।
ସ୍କନ୍ଦ ପୁରାଣ ଅନୁସାରେ ନିଳାଦ୍ରୀ ମହୋଦୟ ଦିବସରେ ମହାପ୍ରଭୁଙ୍କୁ ସ୍ମରଣ ଓ ପୂଜା ପାଠ କଲେ ଅଶେଷ ପୂଣ୍ଯ ମିଳିବା ସହ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ସ୍କନ୍ଦ ପୁରାଣ ଅନୁସାରେ, ସ୍ୱୟଂ ବ୍ରହ୍ମା ବୈଶାଖ ମାସର ପୁଷ୍ୟାଯୋଗଯୁକ୍ତ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାରରେ ଶ୍ରୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କଲେ । ସେହି ହେତୁ ଏଇ ଦିବସଟି ଅତ୍ୟନ୍ତ ପୁଣ୍ୟତମ ସର୍ବପାପ ବିନାଶ କାରୀ ଅଟେ। ଉକ୍ତ ଦିବସରେ ସ୍ନାନ,ଦାନ,ତପସ୍ୟା ଓ ହୋମଦି କାର୍ଯ୍ୟ କଲେ ଅକ୍ଷୟ ଫଳ ମିଳିଥାଏ। ଯେଉଁମନୁଷ୍ୟ ଏହି ଦିବସରେ ଭକ୍ତିପୂର୍ଣ୍ଣହୃଦୟ ରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରନ୍ତି ସେମାନେ କୋଟି ଜନ୍ମ ପାପରୁ ମୁକ୍ତି ଲାଭ କରିଥାନ୍ତି।
Comments are closed.