Latest Odisha News

‘ଆପ୍ ର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ’

ନୂଆଦିଲ୍ଲୀ: ‘ଆମ୍ ଆଦମୀ ପାର୍ଟି ମିଛ ର ମୂଳଦୁଆରେ ନିର୍ମିତ ଏକ ପାର୍ଟି । ଏବଂ ଏହାର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ । ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଅସଲମୁଖା ଦେଶର ତଥା ଦିଲ୍ଲୀର ଲୋକଙ୍କ ସାମ୍ନାରେ ଧରାପଡିଯାଇଛି କହି ଆପ୍ କୁ କଡା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ସ୍ବାତୀ ମାଲିୱାଲ ମାମଲାକୁ ନେଇ ଆମ୍ ଆଦମୀ ପାର୍ଟିରେ ଚାଲିଥିବା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ବିରୋଧରେ ଆମ୍ ଆଦମୀ ପାର୍ଟି ଗୁରୁତର ଅଭିଯୋଗ ଆଣିଛି । ଯାହାର ପ୍ରତିଜବାବ ରଖିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଏକ ଜାତୀୟ ଗଣମାଧ୍ୟମ ସହିତ ସାକ୍ଷାତକାର ସମୟରେ ଜେପି ନାଡ୍ଡା କହିଛନ୍ତି ଯେ, ଯଦି ଏହି ଷଡଯନ୍ତ୍ର ବିଜେପି ଦ୍ୱାରା ହୋଇଛି ତେବେ ଆପଣ କାହିଁକି ଚୁପ୍ ଅଛନ୍ତି? କିଏ ଆପଣଙ୍କୁ ଅଟକାଉଛି? ଏହି ଦଳର ସଂସ୍କୃତି କ’ଣ? ନଡ୍ଡା ଆହୁରି କହିଛନ୍ତି, ‘ଆମେ ସ୍ବାତୀ ମାଲିୱାଲଙ୍କ ସହ କଦାପି କଥା ହୋଇ ନାହୁଁ କିମ୍ବା ଆମ ଦଳର କେହି ତାଙ୍କ ସହ କଥା ହୋଇନାହାଁନ୍ତି ।

ନଡ୍ଡା ପୁଣି କହିଛନ୍ତି, ଆମେ ସେପରି କାମ କେବେ କରୁନା । ଆମେ ବହୁତ ସରଳ ଲୋକ । ଯଦି ଆପଣଙ୍କ ଚୋରି ଧରାପଡିଯାଏ ତେବେ ଏହା ବଦଳରେ ଆପଣ ପୋଲିସକୁ ହିଁ ଗାଳି ଦେବା ଆରମ୍ଭ କରିବେ? ଆପ୍ ର କୌଣସି ବିଶ୍ୱସନୀୟତା ନାହିଁ, ସେ କୌଣସି ସ୍ତରକୁ ଖସିଯାଇ କିଛିଭି ଅଭିଯୋଗ କରିପାରିବେ ।

Comments are closed.