Latest Odisha News

BREAKING NEWS

ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ,କାରଣ ଅସ୍ପଷ୍ଟ

ବାଲେଶ୍ୱର: ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତମପୁରରେ ଦେଖିବାକୁ ମଳିଛି ଏହି ଅଭାବନୀୟ ଘଟଣା । ଏକ ବନ୍ଦ ଘରେ ଭିତରେ ପତି ପତ୍ନୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ମୃତ ଦମ୍ପତ୍ତି ହେଲେ ମନୋଜ ମହାକୁଡ ଓ ସସ୍ମିତା ମହାକୁଡ । ସେମାନଙ୍କ ବେକରେ ବିଦ୍ୟୁତ ତାର ଗୁଡାଇ ହୋଇଥିବା ଦେଖିବାକୁ ମିଳିଛି । ତାର ଗୁଡା ହୋଇଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ କରୁଛି । ବର୍ଷକ ତଳେ ଉଭୟଙ୍କର ବାହାଘର ହୋଇଥିଲା । ପାରିବାରୀକ କଳହରୁ କିମ୍ବା ଅନ୍ୟ କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁସାରେ, ଗତକାଲି ମନୋଜ ଝାରସୁଗୁଡାରେ ଘରକୁ ଆସିଥିଲେ । ପରିବାର ଲୋକେ ଓ ତାଙ୍କର ପତ୍ନୀ ଖାଇବାକୁ ଡାକିଥିବା ବେଳେ ସେ ଖାଇନଥିଲେ । ପରେ ତାଙ୍କ ରୁମକୁ ସେ ଆଉ ତାଙ୍କ  ପତ୍ନୀ ପଳାଇଥିଲେ । କିଛି ସମୟ ପରେ ପରିବାର ଲୋକ ରୁମ୍‌କୁ ଯାଇ ଡାକିଥିଲେ କିନ୍ତୁ ରୁମ୍‌ କବାଟ ଭିତର ପଟୁ ଦିଆଯାଇଥିଲା ।

ଏହାପରେ ପରିବାର ଲୋକ କବାଟ ଭାଙ୍ଗି ଦେଖିଥିଲେ ଉଭୟଙ୍କ ମୃତଦେହ ଚଟାଣରେ ପଡ଼ିଥିବା ବେଳେ ବେକରେ ବିଦ୍ୟୁତ ତାର ଗୁଡ଼ାଇ ହୋଇଥିଲା। ଦମ୍ପତିଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 

Comments are closed.