Latest Odisha News

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା କାଲି ଜୋରଦାର ପ୍ରଚାର କରିବ ବିଜେପି

ଭୁବନେଶ୍ୱର: ଜୁନ ୧ରେ ଅନୁଷ୍ଠିତ ହେବ ଶେଷ ପର୍ଯ୍ୟାୟ ମତଦାନ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ବିଜେପି କରିବା ଜୋରଦାର ପ୍ରଚାର । ପ୍ରଚାରର ଶେଷ ସ୍ପର୍ଶ ଦେବେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଓଡିଶାରେ ପହଞ୍ଚିବା ପରେ ମଧ୍ୟାହ୍ନ ୧୨.୩୦ରେ ବାରିପଦାର ଛଉପଡିଆ, ଅପରାହ୍ନ ୨ ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡାର ବରୁଆ ପଡିଆଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ସକାଳ ୯.୩୦ରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିମାପଡା, ସକାଳ ୧୦.୩୦ରେ କାକଟପୁର, ମଧ୍ୟାହ୍ନ ୧୧.୩୦ରେ ପାରାଦୀପ, ମଧ୍ୟାହ୍ନ ୧୨.୩୦ ଜଗତସିଂହପୁର, ଅପରାହ୍ନ ୧.୩୦ରେ ତିର୍ତୋଲ, ଅପରାହ୍ନ ୨.୪୫ରେ ଭଦ୍ରକର ଚାନ୍ଦବାଲି ଓ ଅପରାହ୍ନ ୪.୩୦ରେ ଧାମନଗର ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

ଅନ୍ୟପଟେ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ । ଆସନ୍ତାକାଲି ସକାଳ ୧୦.୩୦ରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଧାମରାଠାରେ ଅନୁଷ୍ଠିତ ରୋଡ ସୋ ଓ ଜନସଭାରେ ଯୋଗ ଦେବେ ଅପରାଜିତା ଷଡଙ୍ଗୀ । ଏହା ପରେ ଅପରାହ୍ନ ୨.୩୦ରେ ଭଣ୍ଡାରିପୋଖରୀଠାରେ ଅନୁଷ୍ଠିତ ଜନସଭାକୁ ଅପରାଜିତା ସମ୍ବୋଧିତ କରିବା ବେଳେ ତାରକା ପ୍ରଚାରକ ତଥା ସିନେ ଅଭିନେତା ଶ୍ରୀତମ ଦାସ ମଧ୍ୟ ଆସନ୍ତାକାଲି ସକାଳ ୧୦ଟାରେ ଭଣ୍ଡାରିପୋଖରୀ, ଅପରାହ୍ନ ୨ଟାରେ ଖଇରା ଓ ସିମୁଳିଆ, ସନ୍ଧ୍ୟା ୫ଟାରେ ଭଦ୍ରକ ସହରରେ ଅନୁଷ୍ଠିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଆସନ୍ତା ଜୁନ ୧ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ୍‌। କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜରେ ନିର୍ଣ୍ଣାୟକ ଲଢେଇ ଥିବାରୁ ସବୁ ଦଳର ନେତା ଏବେ ଏସବୁ ନିର୍ବାଚନ ମଣ୍ଡଳୀ ମୁହାଁ ହୋଇଛନ୍ତି । ଆଉ ଶେଷ ପର୍ଯ୍ୟାୟରେ ପାୱାରପ୍ୟାକ୍ କ୍ୟାମ୍ପେନ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି ।

 

Comments are closed.