Latest Odisha News

BREAKING NEWS

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କିଲୋଗ୍ରାମରୁ ଅଧିକ ସୁନା

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କିଲୋ ୮୦୦ ମିଲିଗ୍ରାମ ସୁନା । କେହି ଜଣେ ଭକ୍ତ ଏହି ସୁନା ଦାନ କରିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିଚୟ ଜଣାପଡିନାହିଁ । ତେବେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ବାହାରିଥିବା କୁହାଯାଉଛି ।

ପ୍ରତ୍ୟେକ ଦିନ ବଡ ଦେଉଳକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଥିବାବେଳେ, ଅନେକ ସମୟରେ ବହୁ ପରିମାଣର ଟଙ୍କା ଓ ବହୂ ମୂଲ୍ୟ ଅଳଙ୍କାର ମାନ ଦାନ କରିଥାନ୍ତି । କିନ୍ତୁ ଆଜି ଶ୍ରୀମନ୍ଦିର ହୁଣ୍ଡିରୁ ପ୍ରଥମ ଥର ପାଇଁ ଏତେ ପରିମାଣର ସୁନା ବାହିଥିବାରୁ ଚର୍ଚ୍ଚା ଯୋର ଧରିଛି ।

କୁହାଯାଉଛି ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଥିବାରୁ କେହି ଏକ ଜଣେ ଭକ୍ତ ଏହାର ସୁଯୋଗ ନେଇ ଏହି ସୁନା କୁ ଦାନ କରିଛନ୍ତି । ତେବେ ସାଧାରଣ ଦିନମାନଙ୍କରେ ଶ୍ରୀମନ୍ଦିର ହୁଣ୍ଡିରୁ ପାଖାପାଖି ୪ ଲକ୍ଷ ଟଙ୍କାର ଦାନ ମିଳୁଥିବାବେଳେ ଆଜିର ଦାନ ପରିମାଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଥିବା କୁହାଯାଉଛି ।

Comments are closed.