Latest Odisha News

ମୁଖ୍ୟମନ୍ତ୍ରୀଙ୍କ ଭିଡିଓକୁ ପୁଣି ଟାର୍ଗେଟ କଲେ ବୈଜୟନ୍ତ, କହିଲେ କଣ୍ଢେଇ ନଚାଳିଙ୍କୁ ବାଏ ବାଏ କହିବାର ସମୟ ଆସିଯାଇଛି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପାଣ୍ଡିଆନଙ୍କ ବ୍ୟବହାରକୁ ନେଇ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ । ନିଜ ଏକ୍ସ ହ୍ୟାଣ୍ଡେଲରେ ବୈଜୟନ୍ତ ଲେଖିଛନ୍ତି ଯେ, ଆଉ ଏକ ଏଆାଇ ପ୍ରସ୍ତୁତ ଡିଫ୍ ଫେକ୍ ଭିଡିଓ ଜାରି କରାଯାଇ ସବୁ କିଛି ଠିକ୍ ଅଛି ବୋଲି କୁହାଯାଉଛି । ଯାହାକୁ ଜନତା ଆଦୌ ଗ୍ରହଣ କରିବେ କରିପାରିବେନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି,  ନିଜର ଲକ୍ଷ ପୂରଣ ପାଇଁ କଣ୍ଡେଇନଚାଳି ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିବା ପାଇଁ କହି ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ରାସ୍ତା ଦେଖାଉଛନ୍ତି । ଯାହା ମୁଖ୍ୟମନ୍ତ୍ରୀ ନିଜ ତରଫରୁ ଆଦୌ କହିନଥିବେ । ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନଚାଳି ଜଣକ ଶାରିରୀକ ଭାବେ ଦୁର୍ବ୍ୟବହାର କରୁଛନ୍ତି ଏବଂ ତାଙ୍କ ହାତକୁ ଟାଣି ଆଣିବା ଦୃଶ୍ୟକୁ ହଜାର ହଜାର ଲୋକ ନିଜ ଆଖିରେ ଦେଖିଛନ୍ତି । ଯାହା ଟେଲିଭିଜନ ପରଦାରେ ଲାଇଭ ମଧ୍ୟ ଦେଖିଛନ୍ତି । ଓଡ଼ିଶାରେ କଳାକୁ ଧଳା ଓ ଧଳାକୁ କଳା କହିବା ଯଥେଷ୍ଟ ହୋଇଗଲା । ଏବେ ଆଉ ନୁହେଁ, ଏବେ କଣ୍ଡେଇନଚାଳିଙ୍କୁ ବାଏ ବାଏ କହିବାର ସମୟ ଆସିଯାଇଛି ବୋଲି କହି ବର୍ଷିଛନ୍ତି ବୈଜୟନ୍ତ ପଣ୍ଡା ।

Comments are closed.