Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଦଣ୍ଡାଦେଶ। ଦୋଷୀ ସୁଜିତ ମିଞ୍ଜକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ୨୦୧୭ ଫେବ୍ରୁଆରୀ ୧୧ରେ ସୁନ୍ଦରଗଡ ତଳସରା ଥାନା କଣ୍ଟାବହାଲ ଗାଁରେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଥିଲା।

ଘଟଣା ଦିନ ସାଙ୍ଗମାନଙ୍କ ସହିତ ନାବାଳିକା ଖେଳୁଥିବା ସମୟରେ ଅଭିଯୁକ୍ତ ତାକୁ ସେହି ସ୍ଥାନରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେହି ସମୟରେ ନାବାଳିକା ଚିତ୍କାର କରିବାରୁ ପ୍ରଥମେ ବେକ ଚିପି ହତ୍ୟା କରିବା ପରେ ପଥରରେ ଛେଚି ଦେଇଥିଲା। ଏହା ପରେ ବିଭତ୍ସ ଭାବରେ ଚାପଡରେ କାଟି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା ।

ତେବେ ଏପ୍ରଲ ୩୦ ତାରିଖ ଗୁରୁବାର ଏହି ଘଟଣାର ଶୁଣାଣୀ କରି ସୁନ୍ଦରଗଡ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ୨୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଆହୁରି ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସ୍ବତନ୍ତ୍ର ପିପି ଦେବାଶିଷ ମିଶ୍ର ଏହି ମାମଲା ପରିଚାଳନା କରିଥିଲେ।

Comments are closed.