Latest Odisha News

BREAKING NEWS

ମନୀଷ ସିସୋଦିଆଙ୍କୁ ବଡ ଝଟକା, ଜୁଲାଇ ୩ ଯାଏଁ ବୃଦ୍ଧି ପାଇଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଆଜି ବି ନିରାଶ ହେଲେ ସିସୋଦିଆ। ଦିଲ୍ଲୀ ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ କୋର୍ଟ ଙ୍କ ପକ୍ଷରୁ କୌଣସି ଆଶ୍ୱସ୍ତି ମିଳିଲାନି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଶୁଣାଣି କରି ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତ କୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ । ସଞ୍ଜୟ ସିଂ ଏବଂ କେ. କବିତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟର କପି ଅଭିଯୁକ୍ତଙ୍କୁ ଦେବାକୁ ରାଉଜ୍ ଆଭେନ୍ୟୁ କୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସିସୋଦିଆ ବର୍ତ୍ତମାନ ତିହାର ଜେଲରେ ସଜା କାଟୁଛନ୍ତି । ଗତ ବର୍ଷ ୨୬ ଫେବୃଆରୀ ୨୦୨୩ ରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା ଏବଂ ସେବେଠାରୁ ତାଙ୍କ ର ଜାମିନ ନେଇ କୌଣସି ପ୍ରକାରର ଆଶ୍ବସ୍ତି ମିଳିନାହିଁ । ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବରୁ ମନୀଷଙ୍କ ନ୍ୟାୟିକ ହେପାଜତକୁ ଅନେକ ଥର ବୃଦ୍ଧି କରିସାରିଛନ୍ତି ।

Comments are closed.