Latest Odisha News

BREAKING NEWS

୫.୮୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ୨ ବର୍ଷ ଶିଶୁର ପେଂଟିଂ

ନୂଆଦିଲ୍ଲୀ:ଜର୍ମାନୀର ଏକ ୨ ବର୍ଷର ଶିଶୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ଲୌରେନ ସ୍କୱାର୍ଜ ନାମକ ଏହି ଶିଶୁର ଗୋଟିଏ ଗୋଟିଏ ପେଂଟିଂ ୫.୮୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ତାଙ୍କୁ କେହି ଚିତ୍ର କରିବା ଶିଖାଇ ନାହାନ୍ତି । ସତେ ଯେପରି ସେ ଅଭିମନ୍ୟୁ ପରି ମାଆ ପେଟରୁ ଏହି କଳା ନେଇ କରି ଆସିଛି । ଜନ୍ମ ହେବାର କିଛି ମାସ ପରେ ସେ ଆର୍ଟ ପ୍ରତି ଆଗ୍ରହ ପ୍ରକାଶ କରିଥିଲା । ତାଙ୍କ ବାପା ମାଆ ଏ ସମ୍ପର୍କୀତ ସମସ୍ତ ସାମଗ୍ରୀ ତାଙ୍କୁ ଯୋଗାଇଥିଲେ । ଠିକରେ ଛିଡା ହୋଇ ପାରୁ ନଥିବା ବେଳେ ସେ କିନ୍ତୁ ଆର୍ଟ କରୁଥିଲା । ହାତୀ, ଡାଇନୋସର ଓ ଘୋଡା ପରି ପଶୁଙ୍କ ମିଶ୍ରିତ ଆକୃତି ସେ ଭଲ ଭାବେ ଆଙ୍କି ପାରୁଥିଲା ।

ତାଙ୍କ ମାଆ ଲିସା ଇନଷ୍ଟାଗ୍ରାମରେ ଏ ନେଇ ଏକ ଆକାଂଉଟ ଖୋଲିଥିଲେ । କମ ଦିନରେ ୨୯୦୦୦ ଫଲୋର୍ସ ହୋଇ ଯିବାରୁ ସେ ଅନଲାଇନରେ ପେଂଟିଂ ବିକ୍ରି କରିବା ଆରମ୍ଭ କରିଥିଲେ । ଧିରେ ଧିରେ ଏହାର ଚାହିଦା ବଢ଼ିବାରେ ଲାଗିଛି । ଲିସା ତାଙ୍କ ପୁଅକୁ କେବେ ହେଲେ କୌଣସି କ୍ଷେତ୍ରରେ ବାଧ୍ୟ କରାନ୍ତି ନାହିଁ । ଏହା ପୂର୍ବରୁ ଘାନାର ଏସ ଲିୟାମ ନାନା ସ୍ୟାମ ୬ ମାସ ବୟସରେ ପେଂଟିଂ କରି ଗିଜିନ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ ।

Comments are closed.