Latest Odisha News

BREAKING NEWS

ଅରୁଣାଚଳ ପ୍ରଦେଶରେ ବଡ଼ ବିଜୟ ଅଭିମୁଖେ ବିଜେପି

ନୂଆଦିଲ୍ଲୀ: ଶନିବାର ତଥା ଜୁନ୍ ୧ ରେ ସରିଛି ୨୦୨୪ ଲୋକସଭା ନିର୍ବାଚନ । ନିର୍ବାଚନ ସରିବା ପରେ ଆଜି ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା କାଉଣ୍ଟିଂ ଆରମ୍ଭ  ।ତେବେ ନଜର ପକାଇବା ଅରୁଣାଚଳ ନିର୍ବାଚନ ଉପରେ, ରାଜ୍ୟରେ ଥିବା ମୋଟ ୬୦ଟି ବିଧାନସଭା ଆସନରୁ ପୂର୍ବରୁ ହିଁ ୧୦ଟି ଆସନରେ ବିଜେପି ବିନା ପ୍ରତିଦ୍ବନ୍ଦିତାରେ ନିର୍ଦ୍ଵନ୍ଦରେ ବିଜୟୀ ହୋଇଛି।

ଅବଶିଷ୍ଟ ୫୦ ବିଧାନସଭା ଆସନ ପାଇଁ ଏପ୍ରିଲ ୧୯ ଭୋଟ ଗ୍ରହଣ କରାଯାଇଥିଲା, ଆଜି ତାର ଗଣନା ଆରମ୍ଭ ହୋଉଛି । ପୂର୍ବ ନିର୍ଦ୍ଧାରିତ ସମୟ ସୂଚୀ ଅନୁଯାୟୀ ଆନୁଷ୍ଠାନିକ ଭାବେ ସକାଳ ୬ଟାରୁ ଭୋଟ ଗଣତି ଚାଲୁ ରହିଛି ।  ଦ୍ୱିପହର ସୁଦ୍ଧା ଶେଷ ସୁଦ୍ଧା ଫଳାଫଳ ଘୋଷଣା ହୋଇଯିବାର ସମ୍ଭାବନା ରହିଛି। ଅର୍ଥାତ୍ ୧୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଖେଳ ଦିନ ଦୁଇଟା ପରେ ହିଁ ସ୍ପଷ୍ଟ ହୋଇଯିବ।

ବର୍ତ୍ତମାନର ସଦ୍ୟତମ ସୂଚନା ମୁତାବକ, ଏଯାଏଁ ହୋଇଥିବା ଭୋଟ ଗଣତି ଅନୁସାରେ ବିଜେପି ଭଲ ବ୍ୟବଧାନରେ ଆଗକୁ ବଢୁଥିବା ଜଣାପଡିଛି। ଏପର୍ଯ୍ୟନ୍ତ ହୋଇଥିବା ଗଣତି ଅନୁସାରେ ରାଜ୍ୟର ମୋଟ ୬୦ ଆସନରୁ ବିଜେପି ୨୬ ଆସନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ,୧୦ ଆସନରେ ଏନସିପି ଓ ଅନ୍ୟଦଳ କ୍ଷମତା ଅକ୍ତିଆର କରୁଛନ୍ତି।

ସେହିପରି ସିକ୍କିମରେ ମଧ୍ୟ ମୋଟ ୩୨୩ଟି ବିଧାନସଭା ଆସନ ପାଇଁ ଶାନ୍ତିଶୃଙ୍ଖଳାର ସହ ଭୋଟ ଗଣତି ଚାଲିଛି । ଏଠାରେ ୩୨ ଆସନରୁ ଏବେଯାଏଁ ହୋଇଥିବା ଗଣତିରେ ୨୭ଟି ସିଟର ଭୋଟ ଗଣତି ଶେଷ ହୋଇଛି। ଏଠାରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ବହୁମତ ପାଇଁ ୧୭ ସିଟ୍ ଆବଶ୍ୟକ ।

ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ଅନୁସାରେ ଏସକେଏମ୍ (ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା) ଏକତରଫା ବିଜୟ ଆଡକୁ ଅଗ୍ରସର ହେଉଥିବା ପ୍ରାଥମିକ ପର୍ଯ୍ୟାୟରେ ସୂଚନା ମିଳୁଛି। ସେହିପରି ୨୭ଟି ଅସନରେ  ଏସକେଏମ୍ ବିଜୟ ପାଇଥିବାବେଳେ ଗୋଟିଏ ଆସନରେ ଏଡିଏଫ୍ ସଂଖ୍ୟା ଗରିଷ୍ଠତା ଆଡ଼କୁ ବଢୁଛି।

Comments are closed.