Latest Odisha News

BREAKING NEWS

ନିର୍ମାଣାଧିନ ବ୍ରିଜରୁ ଖସିଲା ବୋଲେରୋ, ୨ ମୃତ

ସମ୍ବଲପୁର: ନିର୍ମାଣାଧିନ ବ୍ରିଜରୁ ଖସିଲା ବୋଲେରୋ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସମ୍ବଲପୁର ଏନ୍ଏଚ୍ ୫୫ ଝାଙ୍କରପାଲୀ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତାହତଙ୍କ ପରିଚୟ ମିଳିନାହିଁ।

ଗତକାଲି ବିଳମ୍ବିତ ରାତିରେ ଛତିଶଗଡର କିଛି ଲୋକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ। ଭୁଲ ବଶତଃ ଗାଡ଼ିଟି ନିର୍ମାଣାଧୀନ ବ୍ରିଜ ଚଢ଼ିଯାଇ ୩୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡ଼ିଥିଲା।  ଦୁର୍ଘଟଣାରେ ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସମସ୍ତ ଯାତ୍ରୀଙ୍କୁ ବୁର୍ଲା ମେଜଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ୧୦ ଜଣ ଯାତ୍ରୀ ଗୁରୁତର ଥିବା କୁହାଯାଉଛି। ସମସ୍ତଙ୍କର ଚିକିତ୍ସା ଚାଲିଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.