Latest Odisha News

BREAKING NEWS

ପିଲାଙ୍କୁ ପାଣି ଟାଙ୍କିକୁ ଠେଲି ଦେଇ ନିଜେ ଡେଇଁଲା ମାଆ, ୪ ଛୁଆ ମୃତ

ଜୟପୁର: ମରିଗଲା ମା’ର ମମତା। ୪ ଛୁଆଙ୍କ ସହ ପାଣି ଟାଙ୍କିକୁ ଡେଇଁଲା ମାଆ। ରାଜସ୍ଥାନ ବାଡମେରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଜଣେ ମହିଳା ନିଜର ୪ ପିଲାଙ୍କୁ ପାଣି ଟାଙ୍କିରେ ବୁଡାଇ ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ଜଣାପଡିଛି । ପାରିବାରିକ କଳହକୁ ନେଇ ଏହି ଅଘଟଣ ଘଟିଥିବା କୁହାଯାଉଛି।

ସୂଚନା ଅନୁସାରେ ରାଜସ୍ଥାନ ବାଡମେର ଜିଲ୍ଲାରେ ଜଣେ ମହିଳାଙ୍କ ସ୍ୱାମୀ ଶ୍ରମିକ ଭାବେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ହେଉଥିଲା। ମହିଳାଙ୍କ ୪ ଛୁଆ ଥିବା ବେଳେ ସେମାନଙ୍କ ବୟସ ୫ରୁ ୧୧ ବର୍ଷ। ମହିଳାଜଣକ ପାରିବାରିକ କଳହ କାରଣରୁ ଅତିଷ୍ଠ ହୋଇ ପଡ଼ିଥିଲା।
କଳହରୁ ମୁକ୍ତି ପାଇବା ପାଇଁ ମହିଳାଜଣକ ନିଜ ୪ ଛୁଆଙ୍କୁ ମାରିବା ସହ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ମହିଳା ଜଣଙ୍କ ଛାତ ଉପରକୁ ଯାଇ ପାଣିଟାଙ୍କିରେ ନିଜର ଛୁଆ ଜଣଙ୍କ ପରେ ଜଣକୁ ପାଣି ଟାଙ୍କିରେ ଫୋପାଡି ଦେଇଥିଲେ। ଏହାପରେ ନିଜେ ଉକ୍ତ ଟାଙ୍କିକୁ ଡେଇଁ ପଡ଼ିଥିଲା ମାଆ। କିଛି ସମୟ ପରେ ପରିବାର ଲୋକେ ଓ ସାହି ପଡ଼ିଶା ଏହା ଜାଣି ପାରି ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ୪ ଛୁଆଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.