Latest Odisha News

BREAKING NEWS

ପରାଜୟ ପରେ ନୈଶ୍ୟ ଭୋଜି ବାତିଲ କଲା ପାକିସ୍ତାନ କ୍ରିକେଟ ଟିମ

ନ୍ୟୁୟର୍କ: ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ନୈରାଶ୍ୟଜନକ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି । ଦଳ ତାର ପ୍ରଥମ ମ୍ୟାଚରେ ଆମେରିକାଠାରୁ ହାରି ଯାଇଛି । ମ୍ୟାଚ ପରେ ପାକିସ୍ତାନ ଟିମ ଏକ ନୈଶ୍ୟଭୋଜିରେ ଯୋଗ ଦେବାକୁ ଥିଲା । ମାତ୍ର ସେମାନେ ଯିବାକୁ ମନା କରି ଦେଇଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମିଡିଆ ରିପୋର୍ଟ ଅନୁସାରେ ଶାହୀନ ଆଫ୍ରିଦୀ, ନସୀମ ଶାହ, ଶାଦାବ ଖାଁ ଓ ବାବର ଆଜାମଙ୍କ ପରି ଷ୍ଟାର ଖେଳାଳି ନ୍ୟୁୟର୍କର ଗାଲା ଡିନରକୁ ଯିବାର ଥିଲା । ମାତ୍ର ସେମାନେ ଯାଇ ନ ଥିଲେ । ଅବଶ୍ୟ ପାକିସ୍ତାନ ଟିମ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ ।

ଏହି ଡିନର ପାର୍ଟିରେ ପ୍ରଶଂସକମାନେ ଖେଳାଳିଙ୍କୁ ଭେଟିବା ପାଇଁ ୨୫ ଡଲାର ଚାର୍ଜ କରିଥିଲେ । ଏହା ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଭାଇରାଲ ହୋଇଥିଲା । ଆମେରିକାଠାରୁ ହାରିବା ପରେ ପାକିସ୍ତାନ ଟିମ ମନୋବଳ ଭାଙ୍ଗି ପଡିଛି । ଦଳ ୯ରେ ଭାରତ ବିପକ୍ଷରେ ହାଇ ଭୋଲଟେଜ ମୁକାବିଲା ଖେଳିବ ।

Comments are closed.