Latest Odisha News

ବିଜେପିର ବିଜୟ ମାନସିକ କରିଥିଲେ ସମର୍ଥକ, ଜିତିଲା ପରେ ନିଜ ଆଙ୍ଗୁଠି କାଟି ଦେଲେ ବଳି

ରାୟପୁର: ଛତିଶଗଡର ବଳରାମପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଙ୍କର ବିଜେପି ପ୍ରତି ଅହେତୁକ ଭଲପାଇବା ଦେଖିବାକୁ ମିଳିଛି । ବିଜେପିର ବିଜୟ ପାଇଁ ବ୍ୟକ୍ତି ଜଣକ କରିଥିଲେ ମାନସିକ । ଆଉ ମାନସିକ ପୂରଣ ହେବା ପରେ କାଳୀ ମନ୍ଦିର ଯାଇ ନିଜ ଆଙ୍ଗୁଠି କାଟି ମା’ଙ୍କ ନିକଟରେ ବଳି ଚଢ଼ାଇଛନ୍ତି ।

ଆଙ୍ଗୁଠି କାଟିବା ପରେ ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଯୁବକଙ୍କର ପ୍ରବଳ ରକ୍ତସ୍ରାବ ଦେଖି ପରିବାର ସଦସ୍ୟ ତୁରନ୍ତ ତାଙ୍କୁ ଅମ୍ବିକାପୁର ଡାକ୍ତରଖାନା ନେଇଥିଲେ । ଚିକିତ୍ସା ପରେ ବର୍ତ୍ତମାନ ଯୁବକଙ୍କର ଅବସ୍ଥା ସ୍ଥିର ରହିଛି ।

ଖବରମୁତାବକ, ଉକ୍ତ ଯୁବକ ଜଣକ ହେଲେ ଦୁର୍ଗେଶ ପଣ୍ଡେ (୩୦) । ସେ ବିଜେପି ଦ୍ୱାରା ସମର୍ଥିତ ଜଣେ ପ୍ରାର୍ଥୀ ଙ୍କ ବିଜୟ ପାଇଁ ଉତ୍ସୁକ ଥିଲେ । ଯେତେବେଳେ ଗଣନା କରିବା ସମୟରେ ସେ ଦେଖିଲେ ଯେ ବିଜେପି ପ୍ରାର୍ଥୀ ହାରିଯାଉଛନ୍ତି, ସେତେବେଳେ ସେ ମନ୍ଦିରକୁ ଯାଇ ଶପଥ ନେଇଥିଲେ ଯେ ଯଦି ପ୍ରାର୍ଥୀ ଜିତନ୍ତି ତେବେ ସେ ତାଙ୍କ ଆଙ୍ଗୁଠି କାଟି ଦେବୀ ମାତାଙ୍କୁ ବଳି ଦେବେ । ଆଉ ନିର୍ବାଚନ ଫଳାଫଳ ବାହିରିବା ପରେ ବିଜେପି ପ୍ରାର୍ଥୀ ଜଣକ ବିଜୟୀ ହେବା ଜାଣିବା ପରେ ରାତିରେ ଦୁର୍ଗେଶ ଉକ୍ତ ମନ୍ଦିରକୁ ଯାଇ ସେଠାରେ ସେ ନିଜ ମାନସିକ ପୂରଣ କରିବାକୁ ଏକ ଧାରୁଆ ଅସ୍ତ୍ରରେ ଆଙ୍ଗୁଠିକୁ କାଟି ଦେଇଥିଲେ ।

ଏନେଇ ଦୁର୍ଗେଶ କହିଛନ୍ତି, କଂଗ୍ରେସ କର୍ମୀଙ୍କ ଉତ୍ସାହ ମୁଁ ସହ୍ୟ କରି ପାରି ନ ଥିଲି । ତେଣୁ ମା’ଙ୍କ ନିକଟରେ ମାନସିକ କରି ଆଙ୍ଗୁଠି ଅର୍ପଣ କରିଥିଲି ।

 

Comments are closed.