Latest Odisha News

BREAKING NEWS

ବାବର ଆଜମଙ୍କୁ ଥଟ୍ଟା କଲେ ରିଷଭ ପନ୍ତ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ଏହା ପୂର୍ବରୁ ଏକ ସାକ୍ଷାତକାରରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପରୋକ୍ଷରେ ବାବର ଆଜମଙ୍କୁ ଥଟ୍ଟା କରିଛନ୍ତି । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁକାବିଲା ଅବସରରେ ପ୍ରଶଂସକଙ୍କ ଲଢ଼େଇ ମଜା ଲାଗିଥାଏ । ଏବେ ଯେମିତି ସୋସିଆଲ ମିଡିଆରେ ଭାଇରାଲ ହେଉଛି ତେଲ ଲଗାଓ ଡାବର କା ୱିକେଟ ଲୋ ବାବର କା । ପନ୍ତ ଏହା କହିବା ପରେ ସମସ୍ତେ ହସିଥିଲେ । ୨୦୦୭ରୁ ଉଭୟ ଦେଶ ଟି୨୦ ବିଶ୍ୱକପରେ ୭ଥର ପରସ୍ପରକୁ ଭେଟିଛନ୍ତି ।

ଭାରତ ୬ଥର ଓ ପାକିସ୍ତାନ ଥରେ ବିଜୟ ହାସଲ କରିଛି । ଓଭରାଲ ଟି୨୦ରେ ୨ ଟିମ ମଧ୍ୟରେ ୧୨ଟି ମ୍ୟାଚ ଆୟୋଜିତ ହୋଇଛି । ଏଥିରେ ଭାରତ ୮ ଓ ପାକିସ୍ତାନ ୩ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚର ଫଳାଫଳ ବାହାରି ନାହିଁ । ନ୍ୟୁୟର୍କର ଡ୍ରପ ଇନ ପିଚରେ ଏ ପର୍ଯ୍ୟନ୍ତ ବଡ ସ୍କୋର ହୋଇପାରି ନାହିଁ । ଏହା ପୂନର୍ବାର ବୋଲରଙ୍କ ଭୂସ୍ୱର୍ଗ ସାଜୁଛି କି ନାହିଁ ତାହା ଦେଖିବା କଥା ।

Comments are closed.