Latest Odisha News

ରାଜ୍ୟରୁ ହଟିବ ୫-ଟି ଏବଂ ମୋ ସରକାର ବୋର୍ଡ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବା ପରେ ନୂଆ ସରକାର ଗଠନ ହୋଇଛି । କ୍ଷମତାକୁ ଆସିବା ପରେ ରାଜ୍ୟର ବିଭିନ୍ନ ବ୍ୟବସ୍ଥାକୁ ବଦଳାଇବା ଆରମ୍ଭ କରିଦେଇଛନ୍ତି ନୂଆ ସରକାର । ଏହାରି ଭିତରେ ନବୀନ ସରକାରଙ୍କର ସବୁଠାରୁ ଟ୍ରେଣ୍ଡିଙ୍ଗରେ ରହିଥିବା ବ୍ୟବସ୍ଥା ୫-ଟି ଓ ମୋ ସରକାର ବୋର୍ଡ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।

ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରରୁ ଏହି ବୋର୍ଡ ହଟାଇବାକୁ ନିର୍ଦ୍ଦେଶ ରହିଛି । ଏନେଇ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ପୂର୍ବରୁ ମଧ୍ୟ ବିଏସକେଓ୍ବାଇ ବନ୍ଦ ନେଇ ଏଇ ଭଳି ହଟଚମକ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଅନେକ ରୋଗୀ ହଇରାଣ ହେବା ପରେ ସ୍ପଷ୍ଟୀକରଣ ଦେଇଥିଲେ ଶାସନ ସଚିବ । ସେ କହିଥିଲେ ଯାହା ଜନତାଙ୍କ ସ୍ବାର୍ଥ ହିତରେ ତାହା ପରିବର୍ତ୍ତନ କରାଯିବ ନାହିଁ ।

ତେବେ କହିରଖୁଛୁ, ମୋ ସରକାର ନବୀନ ସରକାରରେ ଗଠିତ ଏକ ବ୍ୟବସ୍ଥା ଯେଉଁଥିରେ ସାଧାରଣ ଜନତା ସିଧା ସଳଖ ସରକାରଙ୍କ ସହ ଜଡିତ ରହିପାରିବେ ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟତିକ୍ରମ ନେଇ ନିଜର ମତାମତ ମଧ୍ୟ ଦେଇପରିବେ । ଅନ୍ୟପଟେ ବିଭିନ୍ନ ରୂପାନ୍ତରୀକରଣ ୫-ଟି ଅଧିନରେ ଅନ୍ତର୍ଭୁକ୍ତ ।

Comments are closed.