Latest Odisha News

BREAKING NEWS

ଜୁନ ୨୦ରେ କାଶ୍ମୀର ଗସ୍ତରେ ଯିବେ ମୋଦୀ, ଆନ୍ତର୍ଜାତୀୟ ଯୋଗ ଦିବସରେ ହେବେ ସାମିଲ

ଶ୍ରୀନଗର: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ଜୁନ୍ ୨୦ ତାରିଖରେ ଜାମ୍ମୁ କାଶ୍ମୀର ଗସ୍ତ କରିବେ ମୋଦୀ । ଏବଂ ଜୁନ୍ ୨୧ ରେ ସେଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସକୁ ଯୋଗ ମହୋତ୍ସବ ୨୦୨୪ ଭାବରେ ପାଳନ କରାଯିବ । ତେବେ ଚଳିତ ବର୍ଷର ଥିମ ରହିଛି ‘ମହିଳା ସଶକ୍ତିକରଣ ପାଇଁ ଯୋଗ’ ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୦ରେ କାଶ୍ମୀରରେ ପହଞ୍ଚି ସେଠାରେ ରାତ୍ରି ଯାପନ କରିବେ ଏବଂ ତା’ ପରଦିନ ସକାଳେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଯଦିଓ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଏଯାବତ୍ ଅନ୍ତିମ ସ୍ଥାନ ସ୍ଥିର ହୋଇନାହିଁ, ତଥାପି ବିଶେଷ ସୂତ୍ରରୁ ପ୍ରକାଶ ଯେ, ଏହି କାର୍ଯ୍ୟକ୍ରମ ଶ୍ରୀନଗରର ସୁନ୍ଦର ଡଲ ହ୍ରଦ ଏବଂ ଜବରୱାନ ପାହାଡ ନିକଟସ୍ଥ ଏସକେଆଇସିସିର ସୁନ୍ଦର ବ୍ୟାକୱାଡରେ ହେବାର ସମ୍ଭାବନା ରହିଛି |

ସେପଟେ ମୋଦୀଙ୍କ ଗସ୍ତକୁ ନେଇ ଜାମ୍ମୁ କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀର ପ୍ରଶାସନକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଯୋଗ ଦିବସ କାର୍ଯ୍ୟକ୍ରମର ବ୍ୟବସ୍ଥା ତଦାରଖ କରିବାକୁ ଜାମ୍ମୁ କାଶ୍ମୀର କ୍ରୀଡ଼ା ପରିଷଦକୁ ନିର୍ଦ୍ଦେଶ ଦିଆଯାଇଛି। ଜାମ୍ମୁ କାଶ୍ମୀର କ୍ରୀଡା ପରିଷଦ ବିଭିନ୍ନ କ୍ରୀଡାବିତ୍ ମାନଙ୍କୁ ଏହି ମେଗା ଇଭେଣ୍ଟରେ ଭାଗ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

Comments are closed.