Latest Odisha News

BREAKING NEWS

ପଳାଶୁଣି ଛକରେ ସିରିଜ୍ ଦୁର୍ଘଟଣା; ୫ ଆହତ, ଉତ୍ୟେକ୍ତ ଲୋକଙ୍କ ରାସ୍ତାରୋକ

ଭୁବନେଶ୍ବର: ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା । ପଳାଶୁଣି ଛକରେ ଏକ ଟ୍ରକ୍‌ ୪ରୁ ଅଧିକ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଛି । ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଗୋଟିଏ ଟ୍ରକ୍‌ ଦ୍ରୁତ ଗତିରେ ଆସି ଗୋଟିଏ ପରେ ଗୋଟିଏ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଏକ୍ ନାଲି ରଙ୍ଗର କାର୍‌ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି । ତେବେ କାର୍‌ ଭିତରେ ଲୋକମାନେ ଫସି ରହିଥିବାବେଳେ ସ୍ଥାନୀୟ ଲୋକ ଓ କମିଶନରେଟ୍‌ ପୋଲିସ କାର୍‌ ଭିତରୁ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।

ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମଞ୍ଚେଶ୍ୱର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Comments are closed.