Latest Odisha News

BREAKING NEWS

ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ପିଏମ୍ ଶ୍ରୀସ୍କୁଲ ଓ ପିଏମ ଉଷା

ନୂଆଦିଲ୍ଲୀ: ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ପିଏମ୍ ଶ୍ରୀସ୍କୁଲ ଓ ପିଏମ ଉଷା । ଏଥିସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦୀ ସରକାରଙ୍କ ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ଘୋଷଣା କରିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଅନେକ ବିଷୟରେ ସ୍ଥାନୀୟ ସରକାରର ଅସହଯୋଗ କାରଣରୁ ହୋଇପାରୁନଥିଲା । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ସମେତ ସରକାରୀ ସ୍କୁଲ ଗୁଡିକରେ ପିଏମ ଶ୍ରୀସ୍କୁଲକୁ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଇପାରୁନଥିଲା । ପିଏମ ଶ୍ରୀ ଯୋଜନାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆସିବ । ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦ ପ୍ରତିଶତ ପିଲାମାନେ ପରୀକ୍ଷା ଦେଉନଥିବା ବେଳେ ସେ ଉପରେ ଦୃଷ୍ଟି ଦିଆଯିବ । ଓଡ଼ିଶାରେ ନବଗଠିତ ରାଜ୍ୟ ଏବଂ କେନ୍ଦ୍ର ସରକାରର ମିଳିତ ଉଦ୍ୟମରେ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବ ।

ଓଡ଼ିଆ ଅସ୍ମିତାର ମୂଳ ବିଷୟ ହେଲା ଓଡ଼ିଶାର ବୌଦ୍ଧିକ କ୍ଷମତା । ରାଜ୍ୟର ଶିକ୍ଷା ବ୍ୟବସ୍ଥା ବହୁତ ଗଭୀର ।  ୧୯୩୬ ସୁଦ୍ଧା ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ । ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରିବ । ଏହି ସମୟ ସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଜନରେ ଗୁଣାତ୍ମକ ଶିକ୍ଷା ଆଧାରରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ପୂରଣ ହେବ । ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ଏବଂ ସ୍କିଲ୍ ଶିକ୍ଷା ଉପରେ ଯୋର୍ ଦିଆଯିବ ।

 

Comments are closed.