Latest Odisha News

ବାଲୁକା କଳାରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ

ଭୁବନେଶ୍ବର: ବାଲୁକା କଳା ମାଧ୍ୟ୍ୟମରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।

ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଙ୍କ ପାଇଁ ଖୋଲିବା ର ନିଷ୍ପତ୍ତି ସମସ୍ତ ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଏକ ଆଶୀର୍ବାଦ ପାଲଟିଛି ଏବଂ ଖୁସୀ ର ଲହରୀ ଖେଳିଯାଇଛି । ଅଗଣିତ ଜଗନ୍ନାଥ ପ୍ରେମୀ ତାଙ୍କୁ ଧନ୍ୟବାଦ ଜଣାଇବାର ଦୃଶ୍ୟ ମାନସ ସାହୁ ତାଙ୍କ ବାଲୁକା କଳାରେ ଦର୍ଶାଇଛନ୍ତି ।

ଗତକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଆଜି ଶ୍ରୀମନ୍ଦିରର ୪ ଦ୍ବାର ଖୋଲାଯାଇଛି । ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ୪ ଦ୍ବାରା । ଏହା ପରେ ବିନା ବାଧାରେ କାଳିଆ ପାଖକୁ ଛୁଟିଛି ଭକ୍ତଙ୍କ ସୁଅ ।

 

Comments are closed.