ନୂଆଦିଲ୍ଲୀ: ଭାଇରାଲ ହେବାରେ ଲାଗିଛନ୍ତି ମେଲୋଡି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଇଟାଲୀ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଘରକୁ ଫେରିବା ପୂର୍ବରୁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବରେ ପିଏମ୍ ମୋଦୀଙ୍କ ସହ ଇଟାଲୀର ପ୍ରଧାନମନ୍ତ୍ରୀ ପିଏମ୍ ଜର୍ଜିୟା ମେଲୋନୀ ଏକ ଭିଡ଼ିଓ ସେୟାର କରିଛନ୍ତି । ପିଏମ୍ ମୋଦୀଙ୍କ ସହ ନେଇଥିବା ଭିଡ଼ିଓରେ ଇଟାଲୀର ପିଏମ୍ ମେଲୋନୀ କହିଛନ୍ତି କି, ‘ମେଲୋଡ଼ି ଟିମ୍ ତରଫରୁ ହେଲୋ’ ।
ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ଏହି ସେଲଫି ଓ ଭିଡିଓ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ହୃଦୟ ଜିତି ନେଇଛି । ସେପଟେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନୀଙ୍କ ସହ ନିଜର ସେଲଫିକୁ ନେଇ ପିଏମ୍ ମୋଦୀ ପ୍ରତିକ୍ରିୟା ଦେଇଛନ୍ତି । ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତକୁ ନିମନ୍ତ୍ରଣ କରିଥିବାରୁ ଏଥିପାଇଁ ମୋଦୀ ଇଟାଲି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ମୋଦି ଇଟାଲୀ ଗସ୍ତ ପୂର୍ବରୁ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନୀଙ୍କୁ ହାତଯୋଡି ନମସ୍କାର କରୁଥିବାର ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଦୁବାଇରେ ସିଓପି-୨୮ ଜଳବାୟୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ମେଲୋନି ଓ ମୋଦୀଙ୍କ ସେଲଫି ନେଇଥିଲେ। ଏହି ଫଟୋ ଶେୟାର କରି ମେଲୋନି ହ୍ୟାସଟ୍ୟାଗ ମେଲୋଡି ଲେଖିଥିଲେ। ଏହା ସେତେବେଳେ ବେଶ୍ ଭାଇରାଲ ହୋଇଥିଲା। ଏବେ ସେ ପୁଣି ମୋଦୀଙ୍କ ସହ ସେଲଫି ଶେୟାର କରିଛନ୍ତି।
Comments are closed.