Latest Odisha News

BREAKING NEWS

ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସଜିଦ, ଲେଖା ହେଲା ‘ତିନି-ଗମ୍ବୁଜ ଆକାର’

ନୂଆଦିଲ୍ଲୀ: ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସଜିଦ ପ୍ରସଙ୍ଗ | ଲେଖା ହେଲା ‘ତିନି-ଗମ୍ବୁଜ ଆକାର’ | ଏନ୍‌ସିଇଆର୍‌ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ହୋଇଥିବା ବହି ବଜାରକୁ ଆସିଛି। ଯେଉଁଥିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସବୁଠୁ ବଡ ପରିବର୍ତନ କରାଯାଇଛି ଅଯୋଧ୍ୟା ବିବାଦ ପ୍ରସଙ୍ଗରେ | ଯେଉଁଥିରେ ବାବ୍ରି ମସ୍‌ଜିଦ ବିଷୟରେ ବହିରେ ନାହିଁ। ଏହା ସହିତ ମସ୍‌ଜିଦର ନାମ ଲେଖିବା ପରିବର୍ତ୍ତେ ଏହାକୁ ‘ତିନି-ଗମ୍ବୁଜ ଆକାର’ ଭାବରେ ବର୍ଣ୍ଣନା କରାଯାଇଛି। ଏହାସହିତ ଅଯୋଧ୍ୟା ବିବାଦର ପ୍ରସଙ୍ଗ ଚାରି ପୃଷ୍ଠା ବଦଳରେ ଦୁଇଟି ପୃଷ୍ଠାକୁ ହ୍ରାସ କରାଯାଇଛି।

ଏନେଇ ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟରେ କୁହାଯାଇଛି, ଅଯୋଧ୍ୟା ବିବାଦ ବିଷୟରେ କହୁଥିବା ପୁରୁଣା ସଂସ୍କରଣକୁ ହଟାଇ ଦିଆଯାଇଛି। ଏଥିରେ ଗୁଜରାଟର ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ବିଜେପିର ରଥ ଯାତ୍ରାରେ କାର୍‌ ସେବଙ୍କ ଭୂମିକା, ୬ ଡିସେମ୍ବର ୧୯୯୨ରେ ବାବ୍ରି ମସ୍‌ଜିଦ ଭାଙ୍ଗିବା ପରେ ସାମ୍ପ୍ରଦାୟିକ ହିଂସା, ବିଜେପି ଶାସିତ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ, ଅଯୋଧ୍ୟାରେ ଘଟିଥିବା ସମସ୍ତ ପୂର୍ବ ଘଟଣା ନେଇ ବିଜେପିର ଦୃଷ୍ଟିକୋଣ ଇତ୍ୟାଦି ପ୍ରକାଶ କରାଯାଇଛି |

ସୂଚନାଯୋଗ୍ୟ, ଦ୍ୱାଦଶ ଶ୍ରେଣୀର ପୁରୁଣା ରାଜନୈତିକ ବହିରେ ବାବ୍ରି ମସ୍‌ଜିଦ ୧୬ ତମ ଶତାବ୍ଦୀର ମସ୍‌ଜିଦ ଭାବରେ ମୋଗଲ ସମ୍ରାଟ ବାବରଙ୍କ ଜେନେରାଲ ମିର୍‌ ବାକିଙ୍କ ଦ୍ୱାରା ର୍ନିମିତ ହୋଇଥିଲା। ବର୍ତ୍ତମାନ ନୂଆ ବହିରେ ଦିଆଯାଇଥିବା ଅଧ୍ୟାୟରେ ଏହା ଏହିପରି ଉଲ୍ଲେଖ କରାଯାଇଛି, ‘ଏକ ତିନି-ଗମ୍ବୁଜ ଆକାର ବିଶିଷ୍ଟ , ଯାହା ଶ୍ରୀରାମଙ୍କ ଜନ୍ମସ୍ଥାନରେ ୧୫୨୮ରେ ନିର୍ମିତ ହୋଇଥିଲା, ଯାହାର ଭିତର ଓ ବାହାରର ଅଂଶ ହିନ୍ଦୁ ଅଟେ।

Comments are closed.