ଭୁବନେଶ୍ଵର: ପଟ ବଦଳାଇଛି ଓଡିଶା ରାଜନୀତି । ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବା ପରେ ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଚନ୍ତି ମୋହନ ଚରଣ ମାଝୀ । ଆଉ ଶପଥ ନେବା ପରା ପରେ ପୂରା ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପୂରା ଭାଳି ପଡିଛି । ଘଟଣାସ୍ଥଳକୁ ନିଜେ ଯାଇ ସମୀକ୍ଷା କରୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ । ଶାସନଭାର କାନ୍ଧକୁ ନେଉ ନେଉ ଗ୍ରାଉଣ୍ଡ ଜିରୋରେ ଏବେ ପୂରା ଆକ୍ଟିଭ ମୁଖ୍ୟମନ୍ତ୍ରୀ । ଏହାସହିତ ବିଭିନ୍ନ ଅଫିସରଙ୍କୁ ଭେଟି ରାଜ୍ୟର ଶାସନ ବ୍ୟବସ୍ଥା ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ନିଜ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ପ୍ରତିଦିନ ଗରିବ ଅସହାୟ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ ଦୁଃଖ ଶୁଣିବା ସହିତ ଆଶ୍ୱାସନା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ଗରିବଙ୍କର ସରକାର ସାଜିଛନ୍ତି |
ସେହି କ୍ରମରେ ରବିବାର ଅପରାହ୍ନରେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଭିତରେ ଜଣେ ଭିନ୍ନକ୍ଷମ ଶିକ୍ଷକ ରହିଥିଲେ ଯାହାଙ୍କର ନାମ ଥିଲା ଅର୍ଜୁନ ନାୟକ। ଅର୍ଜୁନଙ୍କର ଗୋଟିଏ ଗୋଡ ନ ଥିଲା। ଦୁର୍ଘଟଣାରେ ସେ ଗୋଟିଏ ଗୋଡ ହରାଇ ଥିଲେ। ତାଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବ ସହିତ ତାଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ | ତାଙ୍କୁ ନିଜ ହାତରେ ପାଣି ପିଆଇଦେଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ୱନା ଦେଇଛନ୍ତି |
ତେବେ ସାଧାରଣ ମହଲରେ ଏହାକୁ ଅନେକ ଲୋକ ପ୍ରଶଂସା କରିବ ସହିତ ଜଣେ ,ମୁଖ୍ୟମନ୍ତ୍ରୀ ହୋଇ ଯେଭଳି ଭାବରେ ସେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି ତାହା ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି |
BREAKING NEWS
- ଗିଲଙ୍କ ଶତକ, ତୃତୀୟ ଥର ପାଇଁ ଗୁଜରାଟ ଫାଇନାଲରେ
- ବିଷାକ୍ତ ମଦ ପିଇ ୧୫ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର
- ଭାରତକୁ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି ଆଣିବାକୁ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍ ଓ ୩ ଡିଜିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ
- ପୂନର୍ବାର ଶତକ ସୁଯୋଗ ହାତଛଡା କଲେ ବୈଭବ
- ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପୋଲିସ କମିଶନରଙ୍କୁ ରିପୋର୍ଟ ମାଗିଲେ ଡିଜିପି
- ରିଲିଜ୍ ପୂର୍ବରୁ ବିବାଦରେ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’, ନିର୍ମାତାଙ୍କ ବିରୋଧରେ ୪୦୦ କୋଟିର ମାମଲା ଦାୟର
- କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
- ଉପରାଷ୍ଟ୍ରପତିଙ୍କ ଦ୍ୱାରା ପାଞ୍ଚଟି ଜାତୀୟ ପ୍ରୟାସର ଶୁଭାରମ୍ଭ; ଦ ଆର୍ଟ ଅଫ ଲିଭିଙ୍ଗର ୪୫ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ
- ୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସବୁଜିମାରେ ଖେଳାଯାଉଛି ଫ୍ରେଂଚ ଓପନ
- ଡିଫଲ୍ଟର ଓମଫେଡ ଡିଲରଙ୍କୁ ଆଉ ତ୍ରାହି ନାହିଁ, ୭ ଦିନରେ ବକେୟା ନଦେଲେ ରଦ୍ଦ ହେବ ଲାଇସେନ୍ସ…
Comments are closed.