Latest Odisha News

BREAKING NEWS

ମାଆ ସହ ୨ ଶିଶୁଙ୍କୁ ମାରିଲା ଦନ୍ତା, ୩ ଗୁରୁତର

ବରଗଡ଼: ମାଆ ସହ ୨ ଶିଶୁଙ୍କୁ ମାରିଲା ଦନ୍ତା। ଆଉ ୩ ଗୁରୁତର। ବରଗଡ ପାଇକମାଳ ରେଞ୍ଜ ଝାରବନ୍ଧ ଥାନା ସଲଡିହି ଗାଁରୁ ଆସିଛି କିଛି ଏଭଳି ଅଭିଯୋଗ। ଏହି ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଶୋଇଥିବା ବେଳେ ଘର ଭାଙ୍ଗିବା ସହ କଚାଡ଼ି ମାରିଲା ଦନ୍ତା। ଆକ୍ରମଣରେ ସ୍ୱାମୀ, ଶ୍ୱଶୁର ଓ ୭ ବର୍ଷର ପୁଅ ଗୁରୁତର ହୋଇଥିବା ସୂଚନା ରହିଛି।

ସୂଚନା ଅନୁସାରେ, ବିପିନ୍ ବରିହା ଏବଂ ତାଙ୍କ ପରିବାର ଘର ପଛ ପଟେ ଶୋଇଥିବାବେଳେ ୩ଟି ହାତୀ ଗୋଠ ଛଡା ହୋଇ ଆସିଥିଲେ। ଏହି ହାତୀପଲ ୩ ଜଣଙ୍କୁ ଆକ୍ରମଣ କରିଥିଲା। ଫଳରେ ବିପିନ୍‌ଙ୍କ ସ୍ତ୍ରୀ, ପୁଅ ଏବଂ ଝିଅଙ୍କର ମୃତ୍ୟୁ ହୋଇଛି। ଏହାସହ ବିପିନ୍‌ଙ୍କ ସମେତ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ପରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏହି ଅଞ୍ଚଳରେ ପ୍ରତିବର୍ଷ ହାତୀ ଉପଦ୍ରବ ଦେଖିବାକୁ ମିଳୁଥିବାବେଳେ ବନ ବିଭାଗ ହାତୀ ଘଉଡାଇବାରେ ସମ୍ପୂର୍ଣ୍ଣ ଫେଲ ମାରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Comments are closed.