ଭୁବନେଶ୍ବର: ଆଜି ରାଜଧାନୀର ମୁକୁଳା ଡ୍ରେନ୍ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକସନ୍ତପ୍ତ ପରିବାରକୁ ସେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ଯଥାଶୀଘ୍ର ଡ୍ରେନ୍ ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଆଜି ରାଜଧାନୀ ୟୁନିଟ-୩ ମସଜିଦ କଲୋନୀ ନିକଟରେ ଥିବା ମୁକୁଳା ଡ୍ରେନ୍ରେ ୮ ବର୍ଷର ନାବାଳକ ଏସକେ ରାଜେଶ ଭାସି ଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ ବି ପାଇନଥିଲେ । ଏହାପରେ ଓଡ୍ରାଫ ଟିମ୍ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ପରେ ବାଳକକୁ ଓସ୍କାର ସିଟି ପାଖରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ୟୁନିଟ-୩ ମସଜିଦ କଲୋନୀ ନିକଟରେ ନାଳରେ ଭାସିଯାଇ ୮ ବର୍ଷ ବୟସର ନାବାଳକ ଶିଶୁର ମୃତ୍ୟୁ ଘଟଣା ମତେ ବ୍ୟଥିତ କରିଛ। ପିଲାଟିର ଆତ୍ମାର ସଦଗତି କାମନା କରିବା ସହ ଏଭଳି ପରିସ୍ଥିତିରେ ପରିବାର ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଭଳି ଅଘଟଣ ଆଗକୁ ଯେମିତି ନଘଟିବ ସେ ଦିଗରେ ଆମ ସରକାର କାର୍ଯ୍ୟ କରିବ।
— Mohan Charan Majhi (@MohanMOdisha) June 18, 2024
Comments are closed.