Latest Odisha News

BREAKING NEWS

୨୫୦୦ ବର୍ଷ ତଳେ ଭୂମିକମ୍ପ ବଦଳାଇ ଦେଇଥିଲା ଗଙ୍ଗା ନଦୀର ଗତି ପଥ

ନ୍ୟୁୟର୍କ: ନୂତନ ଗବେଷଣାରୁ ଜଣାପଡିଛି ଯେ, ୨୫୦୦ ବର୍ଷ ତଳେ ବଡ ଧରଣର ଭୂମିକମ୍ପ ଯୋଗୁ ଗଙ୍ଗା ନଦୀର ଗତିପଥ ବଦଳି ଯାଇଥିଲା । ନେଚର କମ୍ୟୁନିକେଶନ ପତ୍ରିକାରେ ଏ ସମ୍ପର୍କରେ ଏକ ଗବେଷକ ଭିତିକ ଲେଖା ପ୍ରକାଶ ପାଇଛି । ସେ ସମୟରେ ଭୂକମ୍ପର ତୀବ୍ରତା ୭.୫ କିମ୍ବା ୮ ଥିବ ବୋଲି ଅନୁମାନ କରାଯାଉଛି । କଲମ୍ବିଆ କ୍ଲାଇମେଟ ସ୍କୁଲର ଲୋମାଟ-ଡୋହେର୍ଟି ଆର୍ଥ ଅବଜରଭେଟର ତଥା ଭୂଭୌତିକବିତ ପ୍ରଫେସର ମାଇକେଲ ସ୍କେଟଲର କହିଛନ୍ତି ଯେ, ନଦୀର ଗତିପଥରେ ପରିବର୍ତନ ହୋଇଥାଏ । ମାତ୍ର ଏ ଭଳି ହେବା ଏକ ବିରଳ ଘଟଣା । ଏ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ବିଶ୍ୱର ବଡ ନଦୀଗୁଡିକ ମଧ୍ୟରେ ଗଙ୍ଗାକୁ ଗଣତି କରାଯାଏ । ଏହା ପ୍ରାୟତଃ ୨୫୦୦ କିମି ପର୍ଯ୍ୟନ୍ତ ପ୍ରବାହିତ ହେଉଛି । ହିମାଳୟରେ ଥିବା ଭାରତ-ଚୀନ ସୀମା ନିକଟରୁ ଏହା ବାହାରି ବାଂଲାଦେଶର ପୂର୍ବ ଦିଗକୁ ପ୍ରବାହିତ ହୋଇଥାଏ । ଏହା ପରେ ବ୍ରହ୍ମପୂତ୍ର ଓ ମେଘନା ସହିତ ଏକତ୍ର ହୋଇ ସମୂଦ୍ରରେ ମିଶିଛି । ଉପଗ୍ରହ ଚିତ୍ରରୁ ଏ ସମ୍ପର୍କରେ ଗବେଷକମାନେ ସମ୍ୟକ ଧାରଣା ପାଇଥିଲେ । ଏହା ପରେ ସେମାନେ ଢ଼ାକାଠାରୁ ୬୨ କିଲୋମିଟର ଦକ୍ଷିଣରେ ଗଙ୍ଗା ସମାନ୍ତରଳାରେ ପ୍ରବାହିତ ହେଉଥିବା ଏକ ପୂରୁଣା ନଦୀର ଧାରା ଦେଖିଥିଲେ । ୨୫୦୦ ବର୍ଷ ପୂର୍ବେ ହୋଇଥିବା ଭୂମିକମ୍ପ ଏହାର କାରଣ ବୋଲି ସେମାନେ କହିଛନ୍ତି ।

Comments are closed.