Latest Odisha News

ଦେଶରେ ବାୟୁପ୍ରଦୂଷଣ ଯୋଗୁଁ ପ୍ରତିଦିନ ଯାଉଛି ୨୪୦ ଜୀବନ, ସେଥିମଧ୍ୟରେ ଅଛନ୍ତି ୨୦ ଶିଶୁ: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ଭୟଙ୍କର ରୂପ ଧାରଣ କରିଛି ବାୟୁ ପ୍ରଦୂଷଣ । ଯେଉଁ କାରଣରୁ ପ୍ରତିଦିନ ୨୪୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ସେଥିମଧ୍ୟରେ ରହିଛନ୍ତି ୨୦ ଶିଶୁ । ନିକଟରେ ୟୁନିସେଫ୍ ସ୍ୱାସ୍ଥ୍ୟ ପ୍ରଭାବ ପ୍ରତିଷ୍ଠାନ (ଏଚଇଆଇ) ତାର ରିପୋର୍ଟରେ ଏହି ଦାବି କରିଛି । ୨୦୧୯ ତୁଳନାରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ୨୦୧୯ ପର୍ଯ୍ୟନ୍ତ, ବାୟୁ ପ୍ରଦୂଷଣ ହେତୁ ଭାରତରେ ପ୍ରତି ଘଣ୍ଟାରେ ୧୮୮ ଜଣଙ୍କର ମୃତ୍ୟୁ ହେଉଥିଲା ଯାହା ଏବେ ବୃଦ୍ଧି ପାଇ ୨୪୦ରେ ପହଞ୍ଚିଛି ।

ୟୁନିସେଫ ସ୍ୱାସ୍ଥ୍ୟ ପ୍ରଭାବ ପ୍ରତିଷ୍ଠାନ (ଏଚଇଆଇ) ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ ମସିହାରେ ଭାରତରେ ବାୟୁ ପ୍ରଦୂଷଣ ହେତୁ ୨୧ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଏପର୍ଯ୍ୟନ୍ତର ଏକ ରେକର୍ଡ ଅଟେ । ଭାରତ ଅପେକ୍ଷା କେବଳ ଚୀନ୍ ରେ ବାୟୁ ପ୍ରଦୂଷଣ ଯୋଗୁଁ ୨୩ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ ଏହି ରିପୋର୍ଟ ମୁତାବିକ, ବାୟୁ ପ୍ରଦୂଷଣରେ ୨୦୨୧ ରେ ସମଗ୍ର ଦୁନିଆରେ ୮୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଭାରତ ଓ ଚୀନ୍ ବେଶି ପ୍ରଭାବିତ ହୋଇଛନ୍ତି ।

Comments are closed.