Latest Odisha News

ଓଡ଼ିଶାରେ ପରାଜୟର କାରଣ ଖୋଜିବାକୁ ୨ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗଠନ କଲା ଏଆଇସିସି

ଭୁବନେଶ୍ୱର: ୯ରୁ ୯୦ ନାରା ଦେଇଥିବା କଂଗ୍ରେସ ଚଳିତଥର ୧୪ଟି ବିଧାନସଭା ଆସନରେ ବିଜୟୀ ହୋଇଛି। ଶାସକ ଦଳ ବିଜେଡି ବିରୋଧରେ ଗୋଟିଏ ବଡ ଜନମତ ରହିଥିଲା। ଯାହାର ଫାଇଦା ବିଜେପି ନେଇପାରିଲା କିନ୍ତୁ କଂଗ୍ରେସ କାହିଁକି ନେଇପାରିଲାନି ତାକୁ ନେଇ ତର୍ଜମା କରିବ କଂଗ୍ରେସ। ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ଏକ ଓଡ଼ିଶା ପାଇଁ ୨ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗଠନ କରାଯାଇଛି।

ଏହି ଟିମ୍ ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନର କାରଣ ଖୋଜିବ। ଟିମରେ ଏଆଇସିସିର ବରିଷ୍ଠ ନେତା ଅଜୟ ମାକେନ ଓ ତାରିକ୍ ଅନୱାର ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ଦଳ ପାଇଁ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ସଚିନ ପାଇଲଟଙ୍କ ଭଳି ନେତା ପ୍ରଚାର କରିବାକୁ ଆସିଥିଲେ। ହେଲେ ଦଳ ଯେଉଁଭଳି ଭୋଟ୍ ପାଇବ ବୋଲି ଆଶା ରଖିଥିଲା ତାହା ହୋଇପାରିନାହିଁ।

ଅନେକ ସ୍ଥାନରେ ପ୍ରାର୍ଥୀ ଚୟନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଟଙ୍କା କାରବାରର ଅଭିଯୋଗ ରହିଛି ପ୍ରଭାରୀ ଅଜୟ କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନାଁରେ। ସେହିପରି ପ୍ରାର୍ଥୀ ଘୋଷଣା କରିବାରେ ଦଳ ବିଳମ୍ବ କରିବାରୁ ଭୋଟର କଂଗ୍ରେସ ପ୍ରାର୍ଥୀଙ୍କୁ ଜାଣିପାରିନଥିବା ଅଭିଯୋଗ ରହିଛି।

Comments are closed.