Latest Odisha News

ଅଭିଯୁକ୍ତଙ୍କ ଘର ଭାବି ଭୁଲ୍‌ରେ ଚଢ଼ାଉ, ରାତି ତମାମ ପୋଲିସ ଟିମ୍‌ ଅଟକ

ଚାନ୍ଦବାଲି: ରେଡ୍‌ ବେଳେ ରାତି ତମାମ ପୋଲିସ ଟିମ୍‌ ଅଟକ । ଖଦାଳପୋଖରୀ ପଞ୍ଚାୟତ ବ୍ରହ୍ମଟିକିରା ଗାଁରେ ପୋଲିସ ଟିମ୍‌ ଅଟକ । ଅଭିଯୁକ୍ତଙ୍କ ଘର ଭାବି ଭୁଲ୍‌ରେ ଚଢ଼ାଉ କରି ପୋଲିସକୁ ହଟହଟା ହେବାକୁ ପଡ଼ିଛି। ଘଟଣାରେ ବ‌ଂଶଡା ପୋଲିସ ସହ ଘଣ୍ଟେଶ୍ବର ଫାଣ୍ଡି ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ।

ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ଘର ଭାବି ଭୁଲ୍‌ରେ ଚଢ଼ାଉ କରିବାକୁ ଆସିଥିବା ଟିମ୍ ଅନ୍ୟ ଜଣେ ଲୋକଙ୍କ ଘରେ ଚଢ଼ାଉ କରିଥିଲେ। ପୋଲିସ୍‌ର ଏଭଳି କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିଥିଲେ। ଫଳରେ ରାତି ତମାମ ପୋଲିସ ଟିମ୍‌ ଅଟକ ରଖିଥିଲେ ଗାଁ ଲୋକେ।

ଶେଷରେ ପୋଲିସ୍ ଟିମ୍ ନିଜ ଭୁଲ୍ ମାନିବା ପରେ ଗୁରୁବାର ସକାଳେ ପୋଲିସ୍ ଟିମ୍‌କୁ ଗ୍ରାମବାସୀ ଛାଡିଥିବା କୁହାଯାଉଛି।

Comments are closed.