Latest Odisha News

ବିଏସଏଫ୍ ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ମାଓ ଡମ୍ପ୍ ଜବତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ଭେଜାଙ୍ଗୱାଡା ଜଙ୍ଗଲରେ ବିଏସଏଫ୍ ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ମାଓ ଡମ୍ପ୍ ଜବତ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ପାହାଡ଼ ଭିତରେ ଲୁଚାଇ ରଖିଥିଲେ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ।

ସୂଚନା ଅନୁସାରେ ବଡିଗେଟା ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୯ କିଲୋମିଟର ଦୁରରେ ଥିବା ଦୁଲାଗଣ୍ଡି ଗ୍ରାମ୍ୟ ଜଙ୍ଗଲରେ ଥିବା ପଥର ଭିତରେ ମାଓବାଦୀ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ ମାଓବାଦୀ। ଏହି ମାଓ ସାମଗ୍ରୀ ମଧ୍ୟରୁ ଏସବିଏମଏଲ ବନ୍ଧୁକ,୧୨୫ଟି ଜିଲଟିନ ଷ୍ଟିକ, ସୋଲାର ପ୍ଲେଟ, ବିଦ୍ୟୁତ ତାର, ବ୍ୟାଟେରି, ଔଷଧ, ସାଲାଇନ ବୋତଲ ଇତ୍ୟାଦି ଜବତ କରାଯାଇଛି।

ବିଏସଏଫ୍‌ଙ୍କ କହିବା ଅନୁସାରେ ଏହି ବିସ୍ଫୋରକଗୁଡିକ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଏଠାରେ ଲୁଚାଇ ରଖିଥିଲେ। ଏହି ଅ୍ଚଳ ସଂପୂର୍ଣ୍ଣ ଭାବେ ନକ୍ସଲଙ୍କର କବଜାରେ ରହିଥିଲା। ତେବେ ବିଏସଏଫ କ୍ୟାମ୍ପ ଏଠାରେ ଅବସ୍ଥାପିତ ହେବା ପରେ ନକ୍ସଲ ପଛଘୁଞ୍ଚା ଦେଇଥିଲେ। ବିଏସଏଫର ଲଗାତାର ସର୍ଚ୍ଚ ଅପରେସନରେ ସଫଳତା ମିଳିଚାଲିଛି। ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି।

Comments are closed.