Latest Odisha News

ଭିଜିଲାନ୍ସ ଜାଲରେ ଆରଆଇ ଓ ଏଆରଆଇ, ୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଖଣ୍ଡହତା ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗ । ସଂଗ୍ରାମପୁର ଗ୍ରାମର ନେତ୍ରାନନ୍ଦ ପଧାନଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ବିଭାଗ l

ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଖଣ୍ଡହତା ରାଜସ୍ବ ଅଧିକାରୀ ରାଜେନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ରାଜସ୍ବ ଅଧିକାରୀ ପଞ୍ଚାନନ ଡାଙ୍ଗ ଅଭିଯୋଗକାରୀଙ୍କ ଠାରୁ ଆର ଓ ଆର ସଂଶୋଧନ କରିବା ପାଇଁ ଆରଆଇ ଅଫିସ ଠାରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ l

ସମ୍ବଲପୁର ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀ ଆରଆଇ ମିଶ୍ର ଏବଂ ଏଆରଆଇ ଡାଙ୍ଗ ଙ୍କୁ ମାଡ଼ିବସିଥିଲେ । ଉଭୟ ଅଧିକାରୀ ଙ୍କୁ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଅଫିସ ରେ ବର୍ତ୍ତମାନ ଅଟକ ରଖି ପଚରା ଉଚୁରା କରୁଥିବା ଜଣାଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ଭିଜିଲାନ୍ସ ଡ଼ିଏସପି ରିତାଞ୍ଜଳୀ ପଧାନଙ୍କ ନେତୃତ୍ୱ ରେ ଚଢ଼ାଉ ସମୟରେ ବଲାଙ୍ଗୀର ଡିଏସପି ପଳସ୍ତି ଛାତ୍ରିଆ, ଏଏସଆଇ ନନ୍ଦ କିଶୋର ବଗର୍ତ୍ତୀ, ଝସକେତନ ବାରିକ ପ୍ରମୁଖ ସାମିଲ ଥିଲେ ।

Comments are closed.