Latest Odisha News

ପଓ୍ୱନ କଲ୍ୟାଣଙ୍କଠୁ ନିର୍ବାଚନ ହାରିବା ପରେ ନାମ ବଦଳାଇଦେଲେ ନେତା

ଅମରାବତୀ: ୱାଇଏସଆରସିପିର ବରିଷ୍ଠ ନେତା ମୁଦ୍ରାଗଦା ପଦ୍ମନାଭମ୍ ଆନୁଷ୍ଠାନିକ ଭାବେ ନିଜର ନାମ ପରିବର୍ତ୍ତନ କରି ‘ପଦ୍ମନାଭ ରେଡ୍ଡୀ’ ରଖିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କୁ ପରାସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ବିଫଳ ହୋଇଛନ୍ତି। ଏହାପରେ ସେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ନିଜ ନାମକୁ ପରିବର୍ତ୍ତନ କରିଛନ୍ତି।

ୱାଇଏସଆରସିପି ନେତା ମୁଦ୍ରାଗଡା ପଦ୍ମନାଭମ୍ କହିଥିଲେ ଯେ ଯଦି ପଓ୍ବନ କଲ୍ୟାଣ ନିର୍ବାଚନ ଜିତିବେ ତେବେ ସେ ତାଙ୍କ ନାମ ପରିବର୍ତ୍ତନ କରିବେ। ଏବେ ପୂର୍ବତନ ମନ୍ତ୍ରୀ ନିଜ ନାମ ବଦଳାଇଛନ୍ତି। ଏହାପରେ ୱାଇଏସଆରସିପିର ବରିଷ୍ଠ ନେତା ମୁଦ୍ରାଗଦା ପଦ୍ମନାଭମ ନିଜ ନାମ ପରିବର୍ତ୍ତନ କରିଛନ୍ତି।

ପୱନ କଲ୍ୟାଣ ପିଥାପୁରମ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ରେଡ୍ଡୀ ଏବେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେହି ତାଙ୍କୁ ତାଙ୍କ ନାମ ପରିବର୍ତ୍ତନ କରିବାକୁ ବାଧ୍ୟ କରିନାହାଁନ୍ତି। ସେ ନିଜ ଇଚ୍ଛା ଅନୁଯାୟୀ ନାମ ପରିବର୍ତ୍ତନ କରିଛନ୍ତି। ଜନସେନା ମୁଖ୍ୟଙ୍କ ପ୍ରଶଂସକମାନେ ତାଙ୍କ ସହ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି।

Comments are closed.