Latest Odisha News

ଗୋଟିଏ ଦିନ ୨୪ ଘଂଟାରୁ ୨୫ ଘଂଟା ହୋଇଯିବ କି !

ୱାଶିଂଟନ: ପୃଥିବୀପୃଷ୍ଠରେ ଗୋଟିଏ ଦିନ ୨୪ ଘଂଟାର ହୋଇଥାଏ । ତେବେ କ୍ରମାଗତ ଭାବେ ସମୟସୀମା ବଢ଼ୁଥିବାରୁ ବୈଜ୍ଞାନିକଙ୍କ ମତରେ ଏହା ୨୫ ଘଂଟା ହୋଇଯିବ । ଲାଇଭ ସାଇନ୍ସ ରିପୋର୍ଟ ଅନୁସାରେ ୨୪ ଘଂଟାରେ ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ବୁଲିଥାଏ । ପୂର୍ବରୁ ଏହି ସମୟସୀମା ଆହୁରି କମ ଥିଲା । ଏହା ବୃଦ୍ଧି ପାଇ ୨୪ରେ ପଂହଚିଛି । ଆଗକୁ ଯଦି ଏହି ଧାରା ଜାରି ରୁହେ ତେବେ ୨୫ ଘଂଟା ହେବା କିଛି ଅସମ୍ଭବ ନୁହେଁ । ପୃଥିବର ସୃଷ୍ଟି ହେବା ସମୟରେ ସୂର୍ଯ୍ୟ ଚାରିପଟେ ପରିକ୍ରମା କରିବାକୁ ୧୦ ଘଂଟା ସମୟ ଲାଗୁଥିଲା । କାଳକ୍ରମେ ଏହା ବୃଦ୍ଧି ପାଇ ୧୯ରେ ପଂହଚିଥିଲା । ଏବେ ଏହା ୨୪ ଘଂଟା ରହିଛି ।

ଉପଗ୍ରହ ଚନ୍ଦ୍ର ନିର୍ମାଣ ହେବା ପରେ ପୃଥିବୀର କେତେକ ଅଂଶ ଭାଙ୍ଗି ଯାଇଥିଲା । ଯାହା ଫଳରେ ଏହା ପୂର୍ବାପେକ୍ଷା ଆହୁରି ଦ୍ରୁତ ବେଗରେ ସୂର୍ଯ୍ୟଙ୍କ ୁ ପରିକ୍ରମା କରିଥିଲଶ । ଯଦି ଆଗକୁ ମହାସାଗର କିମ୍ବା ବାୟୂମଣ୍ଡଳରେ ସୂକ୍ଷ୍ମ ପରିବର୍ତନ ହୁଏ ତାହା ମଧ୍ୟ ପରିକ୍ରମା ଉପରେ ପ୍ରଭାବ ପକାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଅବଶ୍ୟ ୨୫ ଘଂଟା ହେବାକୁ ପୃଥିବୀକୁ ୨୦୦ ମିଲିୟନ ବର୍ଷ ଲାଗିପାରେ ।

Comments are closed.