ବାରଣାସୀ: ଆରପାରିରେ ଅଯୋଦ୍ଧାରେ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷୀତ । ଅନେକ ଦିନ ଧରି ବାର୍ଦ୍ଧ୍ୟକ ଜନିତ ରୋଗରେ ପିଡୀତ ଥିଲେ ଦିକ୍ଷୀତ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଆଜି ସକାଳ ୬.୪୫ରେ ବାରଣାସୀରେ ରାଙ୍କର ଦେହାନ୍ତ ହୋଇଥିବା ବେଳେ ମଣିକର୍ଣ୍ଣିକା ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
କାଶୀର ବରିଷ୍ଠ ବିଦ୍ଵାନଙ୍କ ମଧ୍ୟରୁ ଆଚାର୍ଯ୍ୟ ଦିକ୍ଷୀତ ଜଣେ । ସେ ପ୍ରଥମରୁ ମହାରାଷ୍ଟ୍ର ସୋଲାପୁରରେ ରହିଆସୁଥିଲେ । କିନ୍ତୁ ପରେ ସେ ନାଗପୁରର ନାସିକରେ ରହୁଥିଲେ । ବାରଣାସୀସ୍ଥିତ ମୀରଘାଟ ସ୍ଥିତ ସାଂଗବେଦ ମହାବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଭାବେ ମଧ୍ୟ କାମ କରୁଥିଲେ ଦିକ୍ଷୀତ । ଜାନୁଆରୀ ୨୨ରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
Comments are closed.