Latest Odisha News

ଏକତ୍ର ଅଭିନୟ କରିବେ ଶାହାରୁଖ-ସାମନ୍ଥା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ ଖାଁ ଏବଂ ସାମନ୍ଥା ରୁଥ ପ୍ରଭୂ ଏକତ୍ର ଅଭିନୟ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଅନୁମାନ କରାଯାଇଛି । ତେବେ ଏ ନେଇ ଶାହାରୁଖ କିମ୍ବା ସାମନ୍ଥା ବିଧିବଦ୍ଧ ଭାବେ କୌଣସି ବୟାନ ଦେଇ ନାହାନ୍ତି । ରାଜକୁମାର ହୀରାନୀ ଏହି ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହା ଗୁଜବ କିମ୍ବା ସତ୍ୟ ତାହା କମ ଦିନରେୀ ଜଣା ପଡିଯିବ । ରାଜ ଆଣ୍ଡ ଡିକେ ୱେବ ସିରିଜ ସିଟାଡେଲରେ ସାମନ୍ଥା ଅଭିନୟ କରୁଛନ୍ତି ।

ଏଥିରେ ବରୁଣ ଧାୱନଙ୍କ ଅପୋଜିଟରେ ସେ ଅଭିନୟ କରିବେ । ଅପରପକ୍ଷରେ ଜୱାନ, ପଠାନ ଓ ଡଙ୍କିର ସଫଳତା ପରେ ଶାହାରୁଖ ତାଙ୍କର ଆଗାମୀ ଫିଲ୍ମ କିଙ୍ଗକୁ ନେଇ ବ୍ୟସ୍ତ ଅଛନ୍ତି । ସେ ଏଥିରେ ଡନ ଭୂମିକା କରୁଛନ୍ତି । ଶାହାରୁଖଙ୍କ ଝିଅ ସୁହାନା ଏଥିରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

Comments are closed.