Latest Odisha News

BREAKING NEWS

ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ଶିକ୍ଷାମନ୍ତ୍ରୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଲା ବିଜେଡି?

ଭୁବନେଶ୍ୱର: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଅନ୍ୟାନ୍ୟ ପରୀକ୍ଷା ବାତିଲ୍ ହେବା ପରେ ଅଡୁଆରେ କେନ୍ଦ୍ରର ଏନଡିଏ ସରକାର ଏବଂ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗରେ ରାଜ୍ୟରେ ବିରୋଧୀ ଦଳ ବିଜେଡିର ଆଭିମୁଖ୍ୟ କଣ ହେବ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା। ଆଉ ଆଜି ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲି ଶିକ୍ଷାମନ୍ତ୍ରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି ଦଳ।

ବିଧାୟକ ତଥା ଛାତ୍ର ବିଜେଡିର ନେତା ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ୩୪ ଲକ୍ଷ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି କେନ୍ଦ୍ର ସରକାର। ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ କହିଥିଲେ କୌଣସି ପେପର ଲିକ୍ ହୋଇନି। ପରେ କହିଲେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲିକ୍ ହୋଇଛି। ମନ୍ତ୍ରୀ ଗୋଟିଏ ପ୍ରସଙ୍ଗରେ ଦୁଇ ପ୍ରକାର ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ଯେ ନିଜ ବିଭାଗ ଉପରେ ଦଖଲ ଅଛି ବୋଲି ଜଣା ପଡୁ ନାହିଁ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ନ୍ୟାଶନାଲ ଟେଷ୍ଟି ଏଜେନ୍ସିର ନିର୍ଦ୍ଦେଶକଙ୍କୁ ହଟାଇ ଦେଲେ ହେବନି। ଏଥିରେ ସ୍ପଷ୍ଟତା ଆଶିବା ଦରକାର। ନହେଲେ ଆଗାମୀ ଦିନରେ ଓଡ଼ିଶା ଛାତ୍ର ସମାଜ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ ଏ ପ୍ରସଙ୍ଗରେ ଶାସକ ଦଳ ବିଜେପିର କିମ୍ବା ଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି।

Comments are closed.