Latest Odisha News

BREAKING NEWS

ଅଟଲୀଙ୍କ ଆଗାମୀ ଫିଲ୍ମରେ ରଜନୀକାନ୍ତ, ସଲମାନ

ମୁମ୍ବାଇ: ୨୦୨୩ରେ ରିଲିଜ ହୋଇଥିବା ଶାହାରୁଖ ଖାଁ ଅଭିନୀତ ଜୱାନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ନିର୍ଦ୍ଦେଶକ ଅଟଲୀଙ୍କ ଷ୍ଟାଇଲକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ରିପୋର୍ଟ ମୁତାବକ ସେ ଆଉ ଏକ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ସଲମାନ ଖାଁ ଓ ରଜନୀକାନ୍ତଙ୍କୁ ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ପ୍ରଥମ ଥର ଦେଖିବାକୁ ପାଇବେ । ଜୁଲାଇରେ ଏ ସମ୍ପର୍କରେ ଚୂଡାନ୍ତ ଘୋଷଣା କରାଯିବ । ସନ ପିକଚର୍ସ ଏହାର ପ୍ରଡ୍ୟୁସର ରହିବ । ରଜନୀକାନ୍ତଙ୍କ ସହ ମେକର୍ସଙ୍କ ଭଲ ସମ୍ପର୍କ ରହିଛି । ସିକନ୍ଦର ଫିଲ୍ମ ଶେଷ ହେବା ପରେ ଅଟଲୀ ଏହାର କାର୍ଯ୍ୟ ଆରମ୍ଭ କରିବେ ।

ରଜନୀକାନ୍ତ ଏବେ କୁଲୀ ଫିଲ୍ମ ନେଇ ବ୍ୟସ୍ତ ଅଛନ୍ତି । କୁଲୀ ଫିଲ୍ମର ଡେଟ୍ସ ଫାଇନାଲ ହେବା ପରେ ସେ ଅଟଲୀଙ୍କ ସମୟ ଦେବେ । ଚଳିତ ବର୍ଷ ଶେଷ ଆଡକୁ ଫିଲ୍ମର ଟାଇଟଲ ଘୋଷଣା ହେବ ବୋଲି ଆଶା କରାଯାଉଛି । ସଲମାନ ଓ ରଜନୀକାନ୍ତଙ୍କୁ ଏକତ୍ର ଦେଖିବା ପାଇଁ ଦର୍ଶକଙ୍କ ମନରେ ଏବେଠାରୁ ଉତ୍କଣ୍ଠା ଜାଗ୍ରତ ହେବାରେ ଲାଗିଛି । ଅଟଲୀଙ୍କ ଅଧିକାଂଶ ଫିଲ୍ମ ହିଟ ହେଉଥିବାରୁ ଏହା ମଧ୍ୟ ବକ୍ସ ଅଫିସରେ ଝଡ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି ।

Comments are closed.