Latest Odisha News

BREAKING NEWS

ନିଟ୍ ଅନିୟମିତତା, ଜୁଲାଇ ୨ ପର୍ୟ୍ୟନ୍ତ ପୋଲିସ ହେପାଜତରେ ରହିବେ ସଞ୍ଜୟ ଯାଦବ

ମୁମ୍ବାଇ: ନିଟ୍ ପେପର ଲିକ୍ ଘଟଣାରେ ମହାରାଷ୍ଟ୍ରରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ସେ ହେଉଛନ୍ତି ସଞ୍ଜୟ ଯାଦବ । ସଞ୍ଜୟଙ୍କୁ ଆଜି ଲାତୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁଲାଇ ୨ ପର୍ଯ୍ୟନ୍ତ ପୋଲିସ୍ ହେପାଜତକୁ ପଠାଇଛନ୍ତି। ଏହାପୂର୍ବରୁ କୋର୍ଟ ଏହା ଘଟଣାରେ ଗିରଫ ହୋଇଥିବା ଅନ୍ୟ ଏକ ଅଭିଯୁକ୍ତ ଜଲିଲ ପଠାନଙ୍କୁ ମଧ୍ୟ ଜୁଲାଇ ୨ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଥିଲେ।

ପୋଲିସର କହିବାନୁସାରେ, ଦିଲ୍ଲୀ ସହିତ ସେମାନଙ୍କର ଲିଙ୍କ୍ କିପରି ସଂଯୋଗ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ। ସେ ନେଇ ତଦନ୍ତ ଜାରୀ ରହିଛି। ତେବେ ନିଟ୍ ପେପର ଲିକ୍ ମାମଲାରେ ଏଟିଏସ୍ ମହାରାଷ୍ଟ୍ରର ୪ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ କରିଛି। ଯେଉଁଥିରେ ଜଲିଲ ପଠାନ, ସଞ୍ଜୟ ଯାଦବ, କେଙ୍ଗଲୱାର ଏବଂ ଚତୁର୍ଥ ବ୍ୟକ୍ତି ଦିଲ୍ଲୀର ଗଙ୍ଗାଧର ।

ସେପଟେ ଏଟିଏସର କହିବାନୁସାରେ ଗତ ଶନିବାର ରାତିରେ ପଚରାଉଚରା ପାଇଁ ଅଣାଯାଇଥିବା ଦୁଇଜଣ ସନ୍ଦିଗ୍ଧ ଶିକ୍ଷକଙ୍କୁ ମଧ୍ୟ ନଜର ରଖାଯାଇଛି। ନିଟ୍ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଏଟିଏସ୍ ଜିଲ୍ଲାର ଏକ ଘରୋଇ କୋଚିଂ ସେଣ୍ଟର ଚଳାଉଥିବା ଦୁଇଜଣ ଶିକ୍ଷକଙ୍କୁ ଅଟକ ରଖିଛି।

ସୂଚନାଯୋଗ୍ୟ ଯେ ଗତ ମେ ୫ ତାରିଖରେ ଅନୁଷ୍ଠିତ ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଫଳାଫଳ ପ୍ରକାଶ ପରେ ପରୀକ୍ଷା ପେପର୍ ଲିକ୍ ହୋଇଥିବା ମାମଲା ସାମ୍ନାକୁ ଆସିଲା । ଏହା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାର ଲିଙ୍କ ବିହାର, ଝାଡଖଣ୍ଡ ସମେତ ଅନେକ ରାଜ୍ୟ ସହ ଥିବା ଜଣାପଡିଛି। ଏହି ମାମଲାରେ ଅନେକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି। ଇଓୟୁ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଛି, ଏହା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି।

Comments are closed.