Latest Odisha News

BREAKING NEWS

ଆସିଲା ପ୍ରଥମ ପର୍ଯ୍ୟାୟ +୩ ମେରିଟ୍ ଲିଷ୍ଟ, ଜାଣନ୍ତୁ କେଉଁ କଲେଜରେ କ’ଣ ରହିଛି କଟଅଫ୍

ଭୁବନେଶ୍ଵର: ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା । ଯୁକ୍ତ ୩ ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ କଲେଜରେ ନାମଲେଖ ପାଇଁ ବାହାରିଲା କଟଅଫ୍ ମାର୍କ । ବିଧିବଦ୍ଧଭାବେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ପ୍ରକାଶ ପାଇଲା ତାଲିକା । ପ୍ରଥମ ପର୍ଯ୍ୟାୟ କଟଅଫ୍ ପାଇଁ ୨ ଲକ୍ଷ ୩୭ ହଜାର ୭୯୬ ଛାତ୍ରଛାତୀ ଆବେଦନ କରିଥିଲେ । ସେଥିରୁ ୨ ଲକ୍ଷ ୩୩ ହଜାର ୪୫୨ ଜଣ ଆବେଦନ ପ୍ରକ୍ରିୟା ସମ୍ପୁର୍ଣ୍ଣ କରିଥିବା ବେଳେ ସେଥି ମଧ୍ୟରୁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଅନୁସାରେ ୧ ଲକ୍ଷ ୭୮ ହଜାର ୯୭୬ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି।

ବିଜେବି କଲେଜର କଳା ସମ୍ମାନ (ଭୂଗୋଳ)ରେ ସର୍ବାଧିକ ୮୯.୬୭% କଟଅଫ୍ ରହିଥିବାବେଳେ, ସେଲ୍ଫ ଫାଇନାନ୍ସିଂରେ ୮୭.୪୦% କଟଅଫ୍ ରହିଛି । ସେହିପରି ଇଣ୍ଟିଗ୍ରେଟେଡ ଲ’ରେ ମଧୁସୂଦନ ଲ’ ବିଶ୍ବବିଦ୍ୟାଳୟ କଟ୍‌-ଅଫ୍‌ ୮୧% ରହିଛି । ତେବେ ସମସ୍ତ ୩ଟି ବର୍ଗ କଟ୍‌-ଅଫ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସବୁଠାରୁ ଆଗରେ ରହିଛି । କଳାରେ ରେଭେନ୍ସା କଟ୍‌-ଅଫ୍‌ ୮୯.୬୭% (ଭୂଗୋଳ) ଥିବା ବେଳେ ବାଣିଜ୍ୟରେ ରେଭେନ୍ସା କଟ୍‌-ଅଫ୍‌ ୮୮.୬୦ ପ୍ରତିଶତ ରହିଛି । ସେହିପରି ରେଭେନ୍ସାର ଫିଜିକ୍ସରେ କଟ୍‌-ଅଫ୍‌ ୯୧.୧୭%, ଜୁଲୋଜିରେ ୯୩.୨୦% ରହିଛି ।

ବିଜ୍ଞାନରେ ନାମ ଲେଖାଇବାକୁ ୪୫,୬୧୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ବେଳେ କଳାରେ ୧,୦୯,୮୫୪ ଜଣ, ବାଣିଜ୍ୟରେ ୧୭,୧୫୬, ଶାସ୍ତ୍ରୀରେ ୩,୫୭୪, ସେଲ୍‌ଫ ଫାଇନାସିଂରେ ୨୬୨୬ ଓ ଆଇନରେ ୧୫୨ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତା ୨୬ ତାରିଖରୁ ୨୯ ତାରିଖ ଯାଏଁ ହେବ । ଜୁଲାଇ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇବ । ଜୁଲାଇ ୬ରୁ ୯ ମଧ୍ୟରେ ନାମଲେଖା ହେବ । ଜୁଲାଇ ୧୫ରେ ତୃତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ।

Comments are closed.