Latest Odisha News

BREAKING NEWS

କାର୍ଯ୍ୟାନୁଷ୍ଠାନ ଭୟ, ହାଇକୋର୍ଟ ଗଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର: ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ମାମଲାରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସ। ହାଇକୋର୍ଟର ଦ୍ୱାରସ୍ଥ ହୋଇ ଜାମିନ୍ ପାଇଁ ଆବେଦନ କରିଛନ୍ତି ପୂର୍ବତନ ବିଧାୟକ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଧାୟକ ଥିବାବେଳେ ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟସରେ ଭଙ୍ଗାରୁଜା ଚାଲିଥିବା ନେଇ ଖବର ସଂଗ୍ରହ ପାଇଁ ଆସିଥିଲେ ଅର୍ଗସ ନ୍ୟୁଜର ସାମ୍ବାଦିକା। ତେବେ ଭିଡିଓ ଫୁଟେଜ୍ ନେବାକୁ ସେ ରଘୁନନ୍ଦନଙ୍କ କ୍ୱାର୍ଟସ ଭିତରକୁ ପ୍ରବେଶ ଭିତରକୁ ଯାଇଥିଲେ। ଏହାପରେ ରଘୁନନ୍ଦନ ତାଙ୍କ କୁକୁର ଛାଡିଦେବେ ବୋଲି ଧମକ ଦେଇଥିଲେ। ଏହାପରେ ସାମ୍ବାଦିକାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। କ୍ୟାପିଟାଲ ଥାନା ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ପୋଲିସ ଦୁଇ ଥର ରଘୁନନ୍ଦନଙ୍କ ଘରକୁ ଆସି ତଦନ୍ତ କରି ଫେରିଛି।

Comments are closed.