Latest Odisha News

BREAKING NEWS

ବିହାରରେ ବ୍ରିଜ ଭୁଶୁଡ଼ିବା ଘଟଣା; ୧୬ ଜଣ ଯନ୍ତ୍ରୀ ନିଲମ୍ବିତ

ପାଟଣା: ବିହାରରେ ଗତ ୧୭ ଦିନରେ ଭୁଶୁଡ଼ିପଡ଼ିଲାଣି ୧୨ଟି ବ୍ରିଜ୍। ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଳ ସମ୍ପଦ ବିଭାଗର ୧୬ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ରାଜ୍ୟରେ ସମସ୍ତ ପୁରୁଣା ପୋଲ୍‌ଗୁଡ଼ିକୁ ଭଲଭାବେ ଯାଞ୍ଚ କରି ଜରୁରୀ ଭିତ୍ତିରେ ଆବଶ୍ୟକ ସ୍ଥଳେ ମରାମତି କରିବାପାଇଁ ନିର୍ଦ୍ଦେଶ ଦେଇଥ‌ିଲେ।

ବ୍ରିଜ ନିର୍ମାଣ କରିଥିବା କଣ୍ଟ୍ରାକ୍ଟରଙ୍କୁ ଠାବ କରାଯିବ ଓ ସେମାନଙ୍କୁ ସବୁ କିଛି ପାଇଁ ଦାୟୀ କରାଯିବ ବୋଲି ବିହାରର ଉନ୍ନୟନ ସଚିବ ଚୈତନ୍ୟ ପ୍ରସାଦ କହିଛନ୍ତି। ପୋଲ ଭୁଶୁଡ଼ିବା ପାଇଁ ଠିକାଦାରମାନଙ୍କ ଅବହେଳାକୁ ଦାୟୀ କରିଛି ଫ୍ଲାଇଂ ସ୍କ୍ବାଡ୍।

ଗୁରୁବାର ବିହାରର ସାରନ ଜିଲ୍ଳାରେ ପୋଲ ଭୁଶୁଡ଼ିବା ପରେ ୧୭ ଦିନରେ ଏହି ସଂଖ୍ୟା ୧୨ରେ ପହଞ୍ଚିଯାଇଛି। ସିୱାନ, ସାରନ, ମଧୁବାଣୀ, ଆରାରିଆ, ପୂର୍ବ ଚମ୍ପାରନ ଓ କିଷ୍ଣନଗଞ୍ଜ ଜିଲ୍ଲାରେ ଥିବା ୧୦ଟି ବ୍ରିଜ ଗତକିଛି ଦିନ ମଧ୍ୟରେ ଭୁଶୁଡ଼ି ପଡ଼ିଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ସେପଟେ ପୋଲ ଭୁଶୁଡ଼ିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

Comments are closed.